ସୁରଟର ସବୁଠାରୁ ବଡ କଥା ହେଉଛି ଏହି ସହର ହେଉଛି ଶ୍ରମକୁ ସମ୍ମାନ କରୁଥିବା ସହର । ଏହି ଶତାବ୍ଦୀର ପ୍ରାରମ୍ଭ ଦଶନ୍ଧିରେ, ଯେତେବେଳେ 3-P ଅର୍ଥାତ୍ ସାର୍ବଜନୀନ-ବେସରକାରୀ ଭାଗିଦାରୀ ବିଷୟରେ ବିଶ୍ୱରେ ଆଲୋଚନା କରାଯାଇଥିଲା । ସେତେବେଳେ ମୁଁ କହିଥିଲି ଯେ ସୁରଟ 4-P ର ଏକ ଉଦାହରଣ । 4-P ଅର୍ଥାତ ଲୋକ, ଜନସାଧାରଣ, ବ୍ୟକ୍ତିଗତ ସହଭାଗୀତା । ଏହି ମଡେଲ୍ ସୁରଟକୁ ସ୍ୱତନ୍ତ୍ର କରିଥାଏ ।
ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଦେଶରେ ପ୍ରାୟ 40 ନିୟୁତ ଗରିବ ରୋଗୀ ମାଗଣାରେ ଚିକିତ୍ସା ପାଇଛନ୍ତି । ଏଥିମଧ୍ୟରୁ 32 ଲକ୍ଷରୁ ଅଧିକ ରୋଗୀ ଗୁଜରାଟର ଏବଂ ପ୍ରାୟ 1.25 ଲକ୍ଷ ସୁରଟର । ଡବଲ୍ ଇଞ୍ଜିନ୍ ସରକାର ଗଠନ ପରେ ଗୃହ ନିର୍ମାଣରେ ବୃଦ୍ଧି ଘଟିଛି । ଏବଂ ସୁରଟର ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କୁ ମଧ୍ୟ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି ।
ସୁରଟର ବୟନ ଏବଂ ହୀରା ବ୍ୟବସାୟ ଦେଶର ଅନେକ ପରିବାରକୁ ଜୀବିକା ଯୋଗାଇଛି । ଯେତେବେଳେ ଡ୍ରିମ୍ ସିଟି ପ୍ରକଳ୍ପ ସମାପ୍ତ ହେବ, ସୁରଟ ଦୁନିଆର ସବୁଠାରୁ ସୁରକ୍ଷିତ ଏବଂ ସୁବିଧାଜନକ ହୀରା ବାଣିଜ୍ୟ ହବ୍ ରେ ପରିଣତ ହେବ ।
ଗତ ଦୁଇ ଦଶନ୍ଧି ଧରି ସୁରଟ ଯେଉଁ ପଥରେ ଚାଲିଆସୁଛି ତାହା ଆଗାମୀ ବର୍ଷରେ ତ୍ୱରାନ୍ୱିତ ହେବାକୁ ଯାଉଛି । ଏହି ବିକାଶ ଆଜି ଡବଲ୍ ଇଞ୍ଜିନ୍ ସରକାର ଉପରେ ବିଶ୍ୱାସ ଆକାରରେ ପ୍ରତିଫଳିତ ହୋଇଛି । ଯେତେବେଳେ ବିଶ୍ୱାସ ବଢେ, ସେତେବେଳେ ପ୍ରୟାସ ମଧ୍ୟ ବଢେ । ଏବଂ ସମସ୍ତଙ୍କ ଉଦ୍ୟମ ଦ୍ୱାରା ଦେଶର ବିକାଶର ଗତି ତ୍ୱରାନ୍ୱିତ ହୁଏ ବୋଲି ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୁରଟରେ 29 ହଜାର କୋଟି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ ସମାରୋହରେ ସାମିଲ ହେବେ । ଭାବନଗରରେ ବିଶ୍ୱର ପ୍ରଥମ ସିଏନ୍ଜି ଟର୍ମିନାଲ ଓ ବ୍ରାଉନ ଫିଲ୍ଡ ବନ୍ଦରର ଶିଳାନ୍ୟାସ କରିବେ । ସନ୍ଧ୍ୟା ସାତଟା ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନରେନ୍ଦ୍ର ମୋଦୀଷ୍ଟାଡ୍ୟିମରେ ୩୬ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ଓ ପରେ ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ ।
ଅନ୍ୟପଟେ ଗାନ୍ଧିନଗର ଷ୍ଟେସନରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବା ସହ ସେହି ଟ୍ରେନରେ ସେଠାରୁ କାଳୁପୁରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ଅହମ୍ମହଦାବାଦ ମେଟ୍ରୋ ରେଳପ୍ରକଳ୍ପ ଚଳାଚଳ ଶୁଭାରମ୍ଭ କରିବା ସହ ମେଟ୍ରୋରେ କାଳୁପୁରରୁ ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଶିକ୍ଷା ସମାଜ ପକ୍ଷରୁ ଆୟୋଜିତ ସାଧାରଣ ସମାରୋହରେ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିବେ ।