ସିଆରପି ଛକ ମର୍ଡର ଘଟଣା, ମୃତ ବ୍ୟକ୍ତିଙ୍କ ମାଆଙ୍କ ପ୍ରତିକ୍ରିୟା...
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 23 ଜାନୁଆରିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ପାଳନ କରାଯିବାକୁ ଥିବା ‘ପରାକ୍ରମ ଦିବସ’ରେ ସାମିଲ ହେବା ନିମନ୍ତେ କୋଲକାତା ଯିବେ। ସେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।
ଏହ ବ୍ୟତୀତ ମୋଦି ଆସାମର ଶିବସାଗରରେ ଥିବା ଜେରଙ୍ଗ ପାଥର ମଧ୍ୟ ଯିବେ। ଯେଉଁଠାରେ ସେ 1.06 ଲକ୍ଷ ଭୂମି ପଟା/ ଆବଣ୍ଟନ ପ୍ରମାଣ ପତ୍ର ବଣ୍ଟନ କରିବେ। ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଛି। ସୂଚନାଯୋଗ୍ୟ , ସରକାର ଏହି ବର୍ଷ ଠାରୁ ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ରୂପରେ ପାଳନ କରିବାକୁ ନିଷ୍ପତି ନେଇଚନ୍ତି।
ଏଥିସହ, ବୋଷଙ୍କ ଜନ୍ମ ବାର୍ଷିକୀ ଅବସରରେ ଗୁଜୁରାଟର ସୁରଟର ହରିପୁରା ଗ୍ରାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଠାରେ ବୋଷ 1938 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।