
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା 15 ହଜାରରୁ ଅଧିକ ହୋଇଛି । ଏପର୍ଯ୍ୟନ୍ତ 500 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କୁ ଅପିଲ କରିିଛନ୍ତି । କରୋନା ଭୂତାଣୁ ଜାତି, ଧର୍ମ ଦେଖେନାହିଁ । ବର୍ତ୍ତମାନ ଦେଶରେ ଏକତା ଏବଂ ଭାଇଚାରା ବଜାୟ ରଖିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।
ଭବିଷ୍ୟତରେ, ମଧ୍ୟ ସମସ୍ତ ଦୋକାନ ଗୁଡିକ ସାମାଜିକ ଦୂରତା ଅନୁସରଣ କରିବା ଉଚିତ୍, ଆମକୁ ଏହା ନିଶ୍ଚିତ କରିବାକୁ ପଡିବ । ସଙ୍କଟ ସମୟରେ ଏହି ଅବଦାନ ପାଇଁ ସମସ୍ତ ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ସମଗ୍ର ସାମାଜିକ ବ୍ୟବସ୍ଥାକୁ ବଜାୟ ରଖିବାରେ ଛୋଟ ଦୋକାନୀମାନେ ଯଥେଷ୍ଟ ସହଯୋଗ କରିଛନ୍ତି । ସମାଜ ଏବଂ ଦେଶ ତାଙ୍କ ଅବଦାନକୁ ସର୍ବଦା ମନେ ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସାମାଜିକ ଦୂରତା ଅନୁସରଣ କରିବା ଏବଂ ଅନ୍ୟମାନଙ୍କୁ ଏହାକୁ ଅନୁସରଣ କରିବା ପାଇଁ କହିବା ଏକ ବଡ଼ ଚ୍ୟାଲେଞ୍ଜ ଅଟେ ବୋଲି ସେ କହିଛନ୍ତି ।
ଏହି ସଙ୍କଟ ସମୟରେ ଦେଶବାସୀ ଲକ୍ ଡାଉନ୍ ଅନୁସରଣ କରିବାକୁ ସକ୍ଷମ ଅଟନ୍ତି ବୋଲି ସେ କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନିଜର ସୋସିଆଲ ମିଡିଆ ଲିଙ୍କଡ-ଇନରେ ପେଶାଦାର ଯୁବ ବର୍ଗଙ୍କୁ ସମ୍ବୋଧିତ କରି କହିଛନ୍ତି , କରୋନା ଭାଇରସ୍ ପାଇଁ ଘର ଏବେ ନୂଆ କର୍ଯ୍ୟାଳୟ ପାଲଟିଛି ଏବଂ ଇଣ୍ଟରନେଟ୍ ସମ୍ମିଳନୀ କକ୍ଷ । ମୋଦୀ କହିଛନ୍ତି ତାଙ୍କ ପାଇଁ ଇଂଟରନେଟ ପାଲଟି ଯାଇଛି ବୈଠକ ଖାନା । ଆଉ ଅଫିସ ଛୁଟି ସମୟରେ ସହ କର୍ମୀଙ୍କ ସହ ମଜାମସ୍ତି ତ ଇତିହାସ ହୋଇଯାଇଛି । ଚଳିତ ଶତାବ୍ଦୀର ତୃତୀୟ ଦଶକର ଆରମ୍ଭ ବହୁତ ଓଲଟା ପାଲଟା କରିପକାଇଛି ଏବଂ କରୋନା ଭୂତାଣୁ ପେଶାଦାରଙ୍କ ଜୀବନଶୈଳୀ ବଡ ପରିବର୍ତନ ଆଣିଦେଇଛି ବୋଲି ସେ କହିଛନ୍ତି ।
