ସଡ଼କରୁ ସମୁଦ୍ର, ସବୁଠି ପ୍ରଧାନମନ୍ତ୍ରୀଙ୍କ ଛାପ । ସାଧାରଣତଃ କେରଳ ଆଉ କୋଚି କଥା ଉଠିଲେ ମନକୁ ଆସେ ସମୁଦ୍ରର ଲହରୀ ଆଉ ଏହି ଲହରୀକୁ ଚିରି ଆଗକୁ ବଢ଼ୁଥିଵା ହାଉସ୍ ବୋଟ୍ । ଏଇ ହାଉସ ବୋଟ୍ ହିଁ ପାଣି ଭିତରେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ସମ୍ପର୍କ ଯୋଡିଥାଏ।
ଦ୍ବୀପପୁଞ୍ଜ ଦ୍ବାରା ପରିବେଷ୍ଠିତ କୋଚିର ଲାଇଫଲାଇନକୁ ନୂଆ ଦିଗନ୍ତ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଛୋଟ ନାଆ ଓ ଷ୍ଟିମ ଇଞ୍ଜିନକୁ ଭରସା କରି ଚାଲୁଥିବା ଜୀବନ ଏବେଠୁ ମେଟ୍ରୋ ସ୍ପିଡରେ ଦୌଡିବ।
କୋଚିରେ ଶୁଭାରମ୍ଭ ହୋଇଛି ଏସିଆର ପ୍ରଥମ ୱାଟର ମେଟ୍ରୋ । ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନେ ବହୁଦିନ ହେବ ଆଜିର ଦିନକୁ ଅପେକ୍ଷା କରିଥିବା ବେଳେ ଶେଷରେ ସେମାନଙ୍କର ସ୍ବପ୍ନ ପୂରଣ ହୋଇଛି। ଏପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଡ୍ରିମ ପ୍ରୋଜେକ୍ଟକୁ ସାକାର ହୋଇଛି।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ଲାଗି ୧୧୩୬ କୋଟି ଖର୍ଚ୍ଚ ହୋଇଛି। ସମୁଦ୍ର ପଥରେ ୭୮ଟି ୱାଟର ମେଟ୍ରୋ ୩୮ଟି ଟର୍ମିନାଲ ଦେଇ ଯିବା ଆସିବା କରିବ। ପ୍ରତ୍ୟେକ ମେଟ୍ରୋରେ ୧୦୦ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି । ଯାହା ୧୦ଟି ଦ୍ବୀପର ବାସ କରୁଥିବା ଲୋକଙ୍କୁ ଯୋଡିବ।