ହ୍ବାଟସଆପ୍ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପୋଷ୍ଟରେ ନବନିର୍ମିତ ସଂସଦ ଭବନରେ ଏକ ଚିତ୍ର ରହିଛି। ଯେଉଁଥିରେ ସ୍ୱାଗତ କ୍ୟାପସନ୍ ମଧ୍ୟ ରହିଛି। ନୂତନ ଘୋଷିତ ଏହି ଫିଚରରେ ଜନସାଧାରଣ ଏବଂ ବ୍ୟବସାୟୀଙ୍କ ପାଇଁ ସେମାନଙ୍କ ଦର୍ଶକଙ୍କ ନିକଟରେ ବାର୍ତ୍ତା ପ୍ରସାରଣ ପାଇଁ ଡିଜାଇନ୍ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଷ୍ଟ ଥିଲା, ‘ହ୍ୱାଟ୍ସଆପ୍ ସମୁଦାୟରେ ଯୋଗଦେଇ ଉତ୍ସାହିତ । ଆମର ଚାଲୁଥିବା ସଂଳାପର ଯାତ୍ରାରେ ଏହା ଆଉ ଏକ ପଦକ୍ଷେପ । ଚାଲ ଏଠାରେ ଯୋଗଦେବା । ଏହା ହେଉଛି ନୂଆ ସଂସଦ ଭବନରୁ ନିଆଯାଇଥିବା ଚିତ୍ର ।’ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ସେପ୍ଟେମ୍ବର ୧୩ ରେ ୧୫୦ ରୁ ଅଧିକ ଦେଶରେ ହ୍ୱାଟ୍ସଆପ୍ ଚ୍ୟାନେଲ ସୁବିଧା ଲଞ୍ଚ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୧୯ ସେପ୍ଟେମ୍ବରରେ ହ୍ୱାଟ୍ସଆପ୍ ଚ୍ୟାନେଲରେ ଯୋଗ ଦେଇଥିଲେ । ଏହା ପରେ ଗୋଟିଏ ଦିନ ମଧ୍ୟରେ ତାଙ୍କ ଗ୍ରାହକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ତାଙ୍କର ୧୪ ଲକ୍ଷ ଗ୍ରାହକ ଅଛନ୍ତି ।
ବୁଧବାର ହ୍ୱାଟ୍ସଆପ୍ ଭାରତରେ ଏହାର ଦେୟ ସେବାର ସମ୍ପ୍ରସାରଣ ଘୋଷଣା କରିଛି । ଏହା ବ୍ୟବସାୟୀମାନଙ୍କ ସହିତ କାରବାର କରୁଥିବା ଲୋକଙ୍କ ପାଇଁ ଦେୟ ଦେବା ସହଜ କରିବ । ଏହାସହ ପ୍ରଧାନମନ୍ତ୍ରୀଙ୍କର ଅନ୍ୟ ପ୍ଲାଟଫର୍ମ ‘ଏକ୍ସ’ରେ ୯ କୋଟିରୁ ଅଧିକ ଫଲୋର୍ସ ଅଛନ୍ତି । ଯେତେବେଳେ କି, ଫେସବୁକରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୫ କୋଟି । ଇନଷ୍ଟାଗ୍ରାମରେ ୭ କୋଟିରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: