
ଅହମଦାବାଦ : ମୋଟେରା ସର୍ଦ୍ଦାର ବଲ୍ଲଭାଇ ପଟେଲ ଷ୍ଟାଡିଅମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଯେଉଁଠାରୁ ଆପଣ ଭାରତକୁ ସମ୍ବୋଧନ କରିଛନ୍ତି ତାହା ଭାରତର ସବୁଠୁ ବଡ଼ ଷ୍ଟାଡିଅମ। ଆପଣଙ୍କର ଏହି ଯାତ୍ରା ପ୍ରତି ଖେଳାଳୀଙ୍କୁ ଉତ୍ସାହିତ କରିବ। ୨ ବ୍ୟକ୍ତି ହୁଅନ୍ତି କିମ୍ବା ୨ ଦେଶର ସମ୍ବନ୍ଧ ଏହାର ସବୁଠୁ ବଡ଼ ଆଧାର ବିଶ୍ଵାସ। ଏକ କଥା ପ୍ରଚଳିତ ତନ ମିତ୍ରଂ ୟତ୍ର ବିଶ୍ଵାସଃ ଅର୍ତାତ୍ ବନ୍ଧୁତ୍ଵ ଯେଉଁଠି ବିଶ୍ଵାସ ସେଇଠି। କିଛି ବର୍ଷ ପୂର୍ବେ ଭାରତ ଏବଂ ଆମେରିକା ମଧ୍ୟରେ ଯେଉଁ ସମ୍ପର୍କ ସୁଦୃଢ ହୋଇଛି ତାହା ଐତିହାସିକ। ଆମେରିକା ସହ ମୁଁ ଦିନକୁ ଦିନ ଅଧିକ ବିଶ୍ଵାସ ସୁଦୃଢ କରିଛି। ମୁଁ ୱାସିଂଟନରେ ରାଷ୍ଟ୍ରପତିଙ୍କ ସହ ପ୍ରଥମେ ସାକ୍ଷାତ କରିବା ବେଳେ ଟ୍ରମ୍ପ କକହିଥିଲେ ଯେ, ଭାରତରୁ ଜଣେ ପ୍ରକୃତ ବନ୍ଧୁ ଏବେ ହ୍ଵାଇଟ ହାଉସରେ।
ଯେଉଁ ସମୟରେ ହ୍ଵାଇଟ ହାଉସରେ ଦୀପାବଳି ପାଳନ ହୁଏ ସେହି ସମୟରେ ଆମେରିକାରେ ରହୁଥିବା ୪୦ ଲକ୍ଷ ଭାରତୀୟ ଆମେରିକାର ସମୃଦ୍ଧି ଏବଂ ପ୍ରଗତୀରେ ସହଯାତ୍ରୀ ହୋଇଥିବା କାରଣରୁ ଗର୍ବ ଅନୁଭବ କରିଥାନ୍ତି। ଆମେରିକା ଭଳି ଆଜି ଭାରତରେ ପରିବର୍ତ୍ତନ ପାଇଁ ଅଦ୍ଭୁତପୂର୍ବ ଅଧୀରତା ରହିଛି। ୧୩୦ କୋଟି ଭାରତୀୟ ନ୍ୟୁ ଇଣ୍ଡିଆର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଭାରତରେ ହେଉଥିବା ଏହି ପରିବର୍ତ୍ତନରେ ମଧ୍ୟରେ ଆଜି ଆମେରିକା ଭାରତର ଏକ ବିଶ୍ଵାସନୀୟ ସହଯୋଗୀ ପାଲଟିଛି।
ଆଜି ଭାରତର ସର୍ବ ବୃହତ୍ତ ବାଣିଜ୍ୟ ପାର୍ଟନର ଆମେରିକା ହୋଇପାରିଛି। ଭାରତର ସେନା ଯେଉଁ ଦେଶ ସହ ସବୁଠୁ ଅଧିକ ଯୁଦ୍ଧଭ୍ୟାସ କରୁଛନ୍ତି ତାହା ଆମେରିକା। ପ୍ରତିରକ୍ଷା, ସ୍ଵାସ୍ଥ୍ୟ, ଇନଫରମେସନ ଟେକନୋଲୋଜି ସବୁ କ୍ଷେତ୍ରରେ ଭାରତ-ଆମେରିକା ସହଭାଗୀ। ଭାରତରେ ମାନ୍ୟୁଫାକଚରିଂ ବୃଦ୍ଧି, ଇନଫାଷ୍ଟ୍ରକଚର ବିସ୍ତାର ଆମେରିକା ପାଇଁ ନୂତନ ସମ୍ଭାବନା ନେଇ ଆସିବ। ୨୧ତମ ଶତାବ୍ଦୀରେ ଭାରତ ଏବଂ ଆମେରିକାର ମିଳିତ ପ୍ରୟାସରେ ଏହି ଡିଜିଟାଲ ଯୁଗର ଇଣ୍ଡଷ୍ଟ୍ରୀ ୪.୦ର ନେତୃତ୍ଵ କରିବାକୁ ସମର୍ଥ।

