ଅର୍ଗସ ବ୍ୟୁରୋ: ପିଏମ ମୋଦି ଏବଂ ଅଷ୍ଟ୍ରେଲିଆର ପିଏମ ମାରିସନ୍ଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀ ହେବ । ଏହା ପ୍ରଥମ ଥର ହେବାକୁ ଯାଉଛି ଯାହାକି ଭାରତର ପ୍ରଧାନମନ୍ତ୍ରୀ ଜଣେ ବିଦେଶୀ ନେତା ସହ ଦ୍ୱିପାକ୍ଷିକ ଅନ୍ଲାଇନ୍ ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଦୁଇ ଦେଶର ଦ୍ୱିପାକ୍ଷିକ ରଣନୀତି ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ବିଚାରବିମର୍ଶ ହେବ । ଦୁଇ ଦେଶ ମଧ୍ୟରେ ପୁଞ୍ଜି ଓ ବ୍ୟବସାୟକୁ ବଢାଇବା ଦିଗରେ ଏହି ଭର୍ଚୁଆଲ ସାକ୍ଷାତର ମୁଖ୍ୟ ଉଦ୍ଦେଶ୍ୟ ରହିବ ।
ତେବେ ଅଷ୍ଟ୍ରେଲିଆ ପିଏମ ସ୍କଟ ମାରସନ୍ ଜାନୁଆରୀ ଏବଂ ପୁଣି ମଇରେ ଭାରତ ଆସିବାର ଥିଲା । କିନ୍ତୁ ଜାନୁଆରୀରେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୀଷଣ ନିଆଁ କାରଣରୁ ତାଙ୍କର ଗସ୍ତ ବାତିଲ ହୋଇଥିଲା । ପୁନର୍ବାର ମଇରେ ଆସିବାର ଥିଲା କିନ୍ତୁ ମହାମାରୀ କୋରୋନା ଯୋଗୁଁ ତାହା ମଧ୍ୟ ବାତିଲ ହୋଇଛି ।
