ସେଥିପାଇଁ ଲୋକଙ୍କ ପ୍ରାର୍ଥନା ଲାଗି ସେ ସାଧୁବାଦ ଜଣାଇଥିଲେ । ଏହି ଟ୍ୱିଟ୍ରେ ତେଜସ୍ବୀ ଏକ ୭ ସେକେଣ୍ଡର ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ଅପରେସନ ପରେ ଲାଲୁ ପ୍ରସାଦ ଯାଦବଙ୍କୁ ବାହାରକୁ ଅଣାଯାଉଥିବାର ଦେଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ସିଙ୍ଗାପୁର ହସ୍ପିଟାଲରେ ଲାଲୁ ଯାଦବଙ୍କ ଅସ୍ତ୍ରୋପଚାର ସମୟରେ ତାଙ୍କ ପରିବାର ଅପରେସନ ଥିଏଟର ବାହାରେ ଅପେକ୍ଷା କରି ରହିଥିଲେ ।
ସମସ୍ତେ ଉଭୟ ଡୋନର ଓ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ । ତେବେ ଏହା ପୂର୍ବରୁ ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ ତାଙ୍କ ସାନ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ଅପରେସନ ସଫଳ ହୋଇଥିବାର ସୂଚନା ଦେଇଥିଲେ । ମିସା ଭାରତୀ ତାଙ୍କ ଟ୍ୱିଟ୍ରେ ସାନ ଭଉଣୀ ରୋହିଣୀଙ୍କ ଠାରେ କିଡନୀ ଦାନ ଲାଗି କରାଯାଇଥିବା ଅପରେସନ ସଫଳ ହୋଇଥିବା ଉଲ୍ଲେଖ କରିଥିଲେ । ଏଥିରେ ସେ ଏବେ ସୁସ୍ଥ ଥିବା ତଥା ଆଇସିୟୁରେ ଥିବା ଉଲ୍ଲେଖ କରିଥିବା ବେଳେ ପିତାଙ୍କ ଅପରେସନ ଚାଲିଥିବା ଲେଖିଥିଲେ ।