ଅର୍ଗସ ବ୍ୟୁରୋ:ରବିବାର ଚେନ୍ନାଇ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ ପାଖ ଦେଇ ଯିବାବେଳେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ନଜାରା ଦେଖାଯାଉଥିଲା।
ପ୍ରଧାନମନ୍ତ୍ରୀ ଚେନ୍ନାଇରେ ପହଞ୍ଚିବା ପରେ ହେଲିକପ୍ଟରେ ବସିଥିବାବେଳେ ଷ୍ଟାଡିୟମର ଦୃଶ୍ୟ ନିଜ ଟୁଇଟରରେ ଶେୟାର କରିଛନ୍ତି । ଫଟୋ ଶେୟାର କରି ସେ ଲେଖିଛନ୍ତି, ଆକାଶରୁ ଏହି ରୋମାଞ୍ଚକ ମୁକାବିଲାର ଦୃଶ୍ୟ ଦେଖିଲି । ସୂଚନାଯୋଗ୍ୟ, ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚାଲିଛି । ଏହି ମ୍ୟାଚ୍ରେ ଭାରତର ସ୍ଥିତି ମଜଭୁତ ରହିଛି। ଭାରତ ଏହି ଟେଷ୍ଟରେ ୨୪୯ ରନ୍ରେ ଆଗୁଲା ରହିଛି।
କେରଳର ବିକାଶରେ ନୂଆ ଅଧ୍ୟାୟ । ବହୁ କୋଟିର ଏକାଧିକ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶିକ୍ଷା, ପର୍ୟ୍ୟଟନ କ୍ଷେତ୍ରକୁ ମିଳିବ ମଜବୁତି । ସୃଷ୍ଟି ହେବ ନୂଆ ନିଯୁକ୍ତ, ସଶକ୍ତ ହେବ ଆତ୍ମନିର୍ଭର ଭାରତର ନାରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ କରି କୋଚି ଠାରେ ଏକ କାର୍ୟ୍ୟକ୍ରମରେ ସାମିଲ ହୋଇ ସିପିଂ ଏବଂ ତୈଳ ଉଦ୍ୟୋଗର ୬ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
Caught a fleeting view of an interesting test match in Chennai. 🏏 🇮🇳 🏴 pic.twitter.com/3fqWCgywhk — Narendra Modi (@narendramodi) February 14, 2021