ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 5 ବର୍ଷ ପୂର୍ବେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ କରିଥିଲି। ଡିଜିଟାଲ ଇଣ୍ଡିଆକୁ ଏବେ ଜୀବନର ଏକ ମାଧ୍ୟମ ହୋଇଛି। ବିଶେଷ କରି ଗରିବଙ୍କ ପାଇଁ ଏହା ବେଶ୍ ସହାୟକ ହୋଇଛି। ଏହା ଦ୍ଵାରା ଆମ ରାଷ୍ଟ୍ରର ବିକାଶ ହୋଇଛି। ପ୍ରାଦୌଗିକ ଉପଯୋଗ କରବା ଦ୍ଵାରା ଦେଶର ନାଗରିକଙ୍କ କ୍ଷେତ୍ରରେ ବହୁ ବଡ଼ ପରିବର୍ତ୍ତନ ହୋଇଛି। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମେ ମାନବୀୟ ଗରିମାକୁ ବୃଦ୍ଧି କରିଛୁ। କୋଟି କୋଟି କୃଷକଙ୍କୁ ମାତ୍ର ଗୋଟିଏ କ୍ଲିକରେ ମୌଦ୍ରିକ ସହାୟତା ମିଳିଛି। ଲକଡାଉନ ସମୟରେ ସବୁକିଛି ତାଲାବନ୍ଦ ଥିବା ସମୟରେ ଭାରତର ଗରିବ ଶ୍ରେଣୀର ଲୋକମାନଙ୍କୁ ଉଚିତ୍ ଏବଂ ତ୍ଵରିତ ସହାୟତା ମିଳିଛି।
ଟେକ୍ନୋଲୋଜିର କଥା କହିବାକୁ ଗଲେ ଭାରତ ସୂଚନା ଯୁଗରେ ଆଗକୁ ବଢିବାରେ ଏକ ବିଶିଷ୍ଟ ସ୍ଥାନରେ ରହିଛି। ଅାମ ନିକଟରେ ସବୁଠୁ ବଡ଼ ବଜାର ରହିଛି। ଆମର ସ୍ଥାନୀୟ ଟେକନିକ ସମାଧାନ ମାଧ୍ୟମରେ ବୈଶ୍ଵିକ ସ୍ତରରେ ପହଞ୍ଚିବା ପାଇଁ କ୍ଷମତା ରହିଛି। ସେହିପରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2025 ମଧ୍ୟରେ ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ଏଵଂ ବୈଶ୍ଵିକ ଆର୍ଥିକ ମହାଶକ୍ତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନ ରହିଛି।