ନୂଆଦିଲ୍ଲୀ: ଭେଟେରାନ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବାସୁ ଚାଟାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି, ‘ଶ୍ରୀଯୁକ୍ତ ବାସୁଙ୍କ ନିଧନ ଖବର ଶୁଣି ମୁଁ ମର୍ମାହତ । ତାଙ୍କ କାର୍ଯ୍ୟ ଅତ୍ୟନ୍ତ ସୁନ୍ଦର ଓ ମର୍ମସ୍ପର୍ଶୀ । ତାଙ୍କ କୃତିତ୍ୱ ଲୋକଙ୍କ ହୃଦୟକୁ ଛୁଇଁଛି । ସରଳ ଓ ଜଟିଳ ଭାବନା ସହ ଲୋକଙ୍କ ସଂଘର୍ଷର ପ୍ରତିନିଧିତ୍ୱ କରିଛି ଶ୍ରୀ ବାସୁଙ୍କ ସୃଷ୍ଟି । ତାଙ୍କର ପରିବାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ସମବେଦନା ଜଣାଉଛି ।’
Sad to hear of the demise of Shri Basu Chatterjee. His works are brilliant and sensitive. It touched people's hearts and represented the simple and complex emotions, as well as struggles of people. Condolences to his family and innumerable fans. Om Shanti.
— Narendra Modi (@narendramodi) June 4, 2020
ଉଲ୍ଲେଖଯୋଗ୍ୟ, ‘ଛୋଟି ସି ବାତ୍’ ଓ ‘ରଜନୀଗନ୍ଧା’ ଭଳି ଫିଲ୍ମର ନିର୍ମାତା ଥିଲେ ଶ୍ରୀଯୁକ୍ତ ଚାଟାର୍ଜୀ । ତେବେ ବାସୁ ଚାଟାର୍ଜୀଙ୍କ ମୃତ୍ୟୁ ଖବର ପାଇବା ପରେ ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି । କିଛି ଦିନ ପୂର୍ବରୁ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ ଖାନଙ୍କ ମୃତ୍ୟୁକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରିନଥିବା ବେଳେ ଏବେ ଆଉ ଜଣେ ବିଶିଷ୍ଟ ଫିଲ୍ମ ନିର୍ମାତାଙ୍କ ବିୟୋଗରେ ମର୍ମାହତ ବଲିଉଡ ଜଗତ । ଏମିତି ମଧ୍ୟ କୁହାଯାଉଛି 2020 ବଲିଉଡ ଜଗତ ପାଇଁ ଦୁଃଖର ବାଦଲ ନେଇଆସିଛି ।
