ସୂଚନାନୁଯାୟୀ, ଗତ ସୋମବାର ସାରା ଦେଶରେ କରୋନା ଟିକାକରଣ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀ ନାରାୟଣସ୍ଵାମୀ ଟିକାକରଣରେ ସାଂସଦ ଓ ବିଧାୟକଙ୍କୁ ପ୍ରାଥମିକତା ଦେବାକୁ ପ୍ରସ୍ତାବ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ, ତିନି କୋଟି ସ୍ଵାସ୍ଥ୍ୟକର୍ମୀ ଓ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ 50 ବର୍ଷରୁ ଉର୍ଦ୍ଧ୍ଵ କିମ୍ବା ଗମ୍ଭୀର ରୋଗରେ ପୀଡିତ ଥିବା ରୋଗୀମାନଙ୍କୁ ଟିକା ଦିଆଯିବ। ସେମାନଙ୍କର ସଂଖ୍ୟା 27 କୋଟି ରହିଛି। ଅପର ପକ୍ଷରେ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ସୁଦ୍ଧା ଅନ୍ୟ ଭ୍ୟାକ୍ସିନ ଆମ ନିକଟରେ ଉପଲବ୍ଧ ଥିବ, ଏହା ଉପରେ ଆମେ ବିଚାର କରିବା ବୋଲି ମଧ୍ୟ ମୋଦି କହିଛନ୍ତି।
ମୋଦି ପୁଣି କହିଛନ୍ତି ଯେ, ଅନେକ ସ୍ଵାର୍ଥୀ ତତ୍ତ୍ଵ ଏହି ଅଭିଯାନରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। କରୋନା ଟିକାକରଣକୁ ନେଇ ଯେପରି କୌଣସି ଗୁଜବ ପ୍ରଚାର ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନ ପ୍ରତିନିଧୀଙ୍କୁ ସେହି ସମୟରେ ଟିକା ଲାଗିବା ଉଚିତ୍ ଯେଉଁ ସମସୟରେ ସେମାନଙ୍କର ପାଳି ଆସିବ। ଏହି ଲାଇନକୁ ଯେପରି କେହି ନଭାଙ୍ଗନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୋଦି କହିଛନ୍ତି।