ଏହି ସଂଯୁକ୍ତ ସମ୍ମିଳନୀକୁ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଗୋଟିଏ ମଞ୍ଚକୁ ଆଣିବା ଉଦ୍ୟମ ସମ୍ପର୍କରେ ଆଲୋଚନା କରାଯାଇଛି । ସମ୍ମିଳନୀରେ ସରଳ ଓ ସୁବିଧାଜନକ ଭାବେ ନ୍ୟାୟ ପ୍ରଦାନର ରୂପରେଖ ସୃଷ୍ଟି ହୋଇପାରିବା ସହ ନ୍ୟାୟ ପ୍ରଣାଳୀ ଭୋଗୁଥିବା ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀ ସମ୍ବୋଧିତ କରି କହିଛନ୍ତି, ଇ-କୋର୍ଟ ପ୍ରକଳ୍ପ ଆଜି ମିଶନ ମୋଡରେ କାର୍ଯ୍ୟକାରୀ ହେଉଛି । ନ୍ୟାୟିକ ବ୍ୟବସ୍ଥାର ଉନ୍ନତି ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ଯଦି ପୌରସଂସ୍ଥା, ଗ୍ରାମପଞ୍ଚାୟତ କର୍ତ୍ତବ୍ୟ ପାଳନ କରନ୍ତି, ଯଦି ପୋଲିସ୍ ସଠିକ୍ ଭାବରେ ଅନୁସନ୍ଧାନ କରେ ତେବେ ଲୋକଙ୍କୁ କୋର୍ଟକୁ ଆସିବାର ଦରକାର ପଡ଼ିବ ନାହିଁ ।
ଆମେ କୋର୍ଟରେ ସ୍ଥାନୀୟ ଭାଷାକୁ ଉତ୍ସାହିତ କରିବା ଉଚିତ୍ । ଏହା ଦେଶର ସାଧାରଣ ନାଗରିକଙ୍କ ନ୍ୟାୟ ବ୍ୟବସ୍ଥାରେ ଆତ୍ମବିଶ୍ଵାସ ବୃଦ୍ଧି କରିବ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଆହୁରି ଅଧିକ ଭାରତର ଅନ୍ଯ ଖବର ପଢନ୍ତୁ…