ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଇକୋସିଷ୍ଟମ ପ୍ରତିଷ୍ଠା କରିବା । ଏଥିରେ ବିଭିନ୍ନ ବିଷୟବସ୍ତୁ ଅନ୍ତର୍ଭୁକ୍ତ ହେବ । ଭିଜନ ୨୦୪୭କୁ ଲକ୍ଷ୍ୟ ରଖି ରାଜ୍ୟ ଗୁଡିକରେ ଅଭିବୃଦ୍ଧି, ଡିଜିଟାଲ ସ୍ବାସ୍ଥ୍ୟ ସେବା ପ୍ରସଙ୍ଗରେ ଆଲୋଚନା ହେବ । ୨୦୩୦ ସୁଦ୍ଧା ଆର.ଆଣ୍ଡ.ଡିରେ ଘରୋଇ କ୍ଷେତ୍ରର ବିନିଯୋଗକୁ ଦ୍ୱିଗୁଣିତ କରିବା, କୃଷକଙ୍କ ଆୟର ଉନ୍ନତି ନେଇ ମଧ୍ୟ ଆଲୋଚନା ହେବ ।
ଯେଉଁଥିରେ ଗୁଜରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ ସଚିବ ଏବଂ ଉଦ୍ୟୋଗପତି, ବୈଜ୍ଞାନିକ, ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।