ଅମୃତ ମହୋତ୍ସବ'କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦେଶର ୭୫ଟି ପ୍ରମୁଖ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରାଯିବ। ଯୋଗ ଦିବସ ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ମନକି ବାତ ରେ କହିଛନ୍ତି । ଏଥିସହ ଚାରିଧାମ ଯାତ୍ରା ବେଳେ ସ୍ୱଚ୍ଛତାକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି । ସ୍ୱଚ୍ଛତା ବିନା ତୀର୍ଥ ଯାତ୍ରା ଅଧୁରା । କେଦାରନାଥ ଯାତ୍ରାର ଉଦାହରଣ ଦେଇ ମୋଦି କହିଛନ୍ତି, କିଛି ଶ୍ରଦ୍ଧାଳୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉନଥିବାରୁ ଅଳିଆ ଆବର୍ଜନା ଜମୁଛି ।
ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପଡ଼ୁଥିବା ବେଳେ ଏସଂକ୍ରାନ୍ତ ସକାରାତ୍ମକ ଅଭିଯାନରେ ବାହାରି ଚାରିପାଖରେ ଥିବା ସ୍ଥାନ ସବୁ ପରିଚ୍ଛନ୍ନ କରିବା ଆବଶ୍ୟକ । ଏଣୁ ଆମେ ଧାର୍ମିକସ୍ଥଳୀର ପବିତ୍ରତା ରକ୍ଷା ପାଇଁ ସ୍ୱଚ୍ଛତା ଜରୁରୀ ବୋଲି ସେ କହିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ ରେଡିଓ କାର୍ଯକ୍ରମର ପ୍ରସାରଣ ବେଳେ ଲୋକଙ୍କ ଗହଣରେ ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ