ସଂଳାପରେ ଯୋଗଦେବା ପାଇଁ ସେ ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହି ଆଭାସୀ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ଦେଶର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିବେ।
ରାଇସିନା ସଂଳାପରେ ପ୍ରାୟ ଶହେ ଅଧିବେଶନ ହେବ ଏବଂ ୯୦ଟି ଦେଶରୁ ୨୦୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ଆନ୍ତର୍ଜାତୀୟ ନୀତି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ ଏହି ସଂଳାପ ପ୍ରତିବର୍ଷ ଆୟୋଜିତ ହୋଇଥାଏ।