ଦୁର୍ନୀତିର ଦଲଦଲରେ ଫସିଛନ୍ତି ବିଭିନ୍ନ ରାଜ୍ୟରେ ସରକାରରେ ଥିବା ରାଜନୈତିକ ଦଳ । ସେ ଦିଲ୍ଲୀର ଆପ ହେଉ, ବିହାରର ଆରଜେଡି କି ତେଲଙ୍ଗାନାରେ ବିଆରଏସ୍ । ଦୁର୍ନୀତି ବିରୋଧରେ ଆକ୍ସନ ହେବାରୁ ରାଜରାସ୍ତାରେ ପ୍ରତିବାଦ ନାଁରେ ଡ୍ରାମା କରୁଛନ୍ତି । ତେଣୁ ଏହାକୁ ଦେଖାଇ ଟିଆରପି ହାତେଇବାକୁ ପରାମର୍ଶ ଦେଇଛନ୍ତି ପିଏମ୍ । ଏଥିସହ ବିରୋଧୀଙ୍କୁ ମନେ ପକାଇଦେଇଛନ୍ତି ଭାରତର ଅଭେଦ୍ୟ ଗଣତନ୍ତ୍ରର ମହତ୍ତ୍ୱ ଆଉ ଗୁରୁତ୍ୱ ।
ବିଦେଶରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରକୁ ବଦନାମ କରିଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି ପିଏମ୍ । ନାଁ ନନେଇ ରାହୁଲ ଗାନ୍ଧିଙ୍କୁ ମନେ ପକାଇଦେଇଛନ୍ତି ଗଣତନ୍ତ୍ରର ମୂଲ୍ୟବୋଧ, ଗଣତନ୍ତ୍ରର ଅର୍ଥ ଆଉ ସାମର୍ଥ୍ୟ । ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନ ଗୁଡ଼ିକର ସଫଳତା କିଛି ଲୋକଙ୍କୁ ବାଧୁ ଥିବାରୁ ସେମାନେ ଏହାକୁ ସମାଲୋଚନା କରୁଛନ୍ତି। ଏଭଳି ସମାଲୋଚନା ସତ୍ତ୍ବେ ଲକ୍ଷ୍ୟ ହାସଲ ଦିଗରେ ଦେଶ ଅଗ୍ରସର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରତ୍ୟେକ ସରକାର ନିଜ ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରି ସେହି ଅନୁସାରେ ଫଳ ପାଉଥିଲେ । କିନ୍ତୁ, ମୋଦି ସରକାର ନୂଆ ଫଳାଫଳ ଆଶା କରି ଭିନ୍ନ ବେଗ ଓ ମାତ୍ରାରେ କାର୍ଯ୍ୟ କରୁଥିବା କହିଛନ୍ତି ପିଏମ୍ । ପ୍ରତ୍ୟେକ ସରକାର ନିଜ ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରି ସେହି ଅନୁସାରେ ଫଳ ପାଉଥିଲେ । କିନ୍ତୁ ତାଙ୍କ ସରକାର ନୂଆ ଫଳାଫଳ ଆଶା କରି ଭିନ୍ନ ବେଗ ଓ ମାତ୍ରାରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...