ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପରେ ଜମ୍ମୁକାଶ୍ମୀରରେ ଏବେ ବିକାଶ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦୀର୍ଘ ବର୍ଷ ଧରି ଧାରା 370କୁ ରାଜନୈତିକ ମୁଦ୍ଦା କରୁଥିବା ଦଳଗୁଡ଼ିକୁ ଚକମା ଦେଇ କେନ୍ଦ୍ରସରକାର ଏହାକୁ ଉଚ୍ଛେଦ କରିସାରିଛନ୍ତି । ପରେପରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବାକୁ ନେଇ ଯେଉଁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଚାଲିଥିଲା ସେଥିରେ ମାଇଲେଜ୍ ଦେଇଛି ଆଜି ସେନାମୁଖ୍ୟଙ୍କ ବୟାନ । ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କ ପ୍ରତିକ୍ରିୟା ପିଓକେ ଦଖଲକୁ ଇଶାରା କରୁଛି ବୋଲି ବହୁ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।
ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଭାରତର ଏକ ଅଂଶ ହୋଇପାରିବ । ସରକାରଙ୍କ ନିର୍ଦ୍ଦେଶ ମିଳିଲେ ଏଥିପ୍ରତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ନରଓ୍ୱାଣେ ।
#WATCH Army Chief on if PoK can be part of India as stated by political leadership: There is a parliamentary resolution that entire J&K is part of India.If Parliament wants it,then,PoK also should belong to us. When we get orders to that effect, we'll take appropriate action pic.twitter.com/P8Rbfwpr2x
— ANI (@ANI) January 11, 2020
ସୂଚନାଯୋଗ୍ୟ, ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି । ଅନ୍ୟପଟେ ପିଓକେବାସୀ ପାକିସ୍ତାନ ବିରୁଦ୍ଧରେ ବାରମ୍ବାର ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏପରିକି ସେମାନେ ଭାରତ ଭଳି ଏକ ଦ୍ରୁତ ଅଭିବୃଦ୍ଧିଶାଳୀ ରାଷ୍ଟ୍ରରେ ରହିବାକୁ ଚାହୁଁଥିବା ନେଇ ସେମାନଙ୍କ ନେତା ପ୍ରତିକ୍ରିୟା ରଖିଛନ୍ତି ।
ଏହାସହ ଏବେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ପଦବୀ ସୃଷ୍ଟି କରିବା ସହ ପୂର୍ବତନ ସେନା ମୁଖ୍ୟ ବିପୀନ ରାଓ୍ୱାତଙ୍କୁ ନୂତନ ସିଡିଏସ ଭାବେ ନିଯୁକ୍ତି ଦେଇସାରିଛନ୍ତି ସରକାର ।
ଅର୍ଗସ ବ୍ୟୁରୋ: ୪ ଟି ରାଜ୍ୟର ଲୋକସଭା ଆସନ ପାଇଁ ହୋଇଥିବା ଭୋଟ ଗଣତି ଚାଲିଛି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଂଝା ଚାଲିଥିବା ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ବହୁମତ ଠାରୁ ଅଧିକ ଆସନରେ ବିଜେପି ଆଗରେ ରହିଛି । ବିଜେପି ୧୨୪ଟି ଆସନରେ ଆଗରେ ରହିଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଚାଲିଛି ଭୋଟ ଗଣତି। ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି ।
ମଧ୍ୟପ୍ରଦେଶରେ ବିଜେପି ୧୪ଟି ଆସନରେ ଓ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ୨୧ଟିରେ ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୧୫ଟିରେ ଓ କଂଗ୍ରେସ ୧୫ଟି ଆସନରେ ରହିଛି । ସେହିପରି ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ୧୦ଟିରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ଆଗକୁ ଭୋଟ ଗଣତି ଜାରି ରହିବା ସହିତ ଭୋଟ ବ୍ୟବଧାନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଡିଭାଇଡର ଭାଙ୍ଗି ବସ୍ କୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ୩ ଣ ଗୁରୁତର ଥିବା ସୂଚନା। ମୃତକ ଜଣଙ୍କର ପରିଚୟ ମିଳିନି। କାର ଟି ପଟିଆରୁ ଡ଼ମାନ ଆଡକୁ ଯାଉଥିଲା । କାର ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ସୂଚନା। ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମାନ ପଟୁ ଆସୁଥିବା ବସକୁ ପିଟି ଥିଲା । ବସକୁ ପିଟି ହୋଇ ଉଡିଥିଲା କାର । କାର ରେ ଥିଲେ 4 ଜଣ । 3 ଆହତ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ।
ଅଧିକ ପଢ଼ନ୍ତୁ ଓଡିଶା ଖବର: