ହେଲେଟ୍ ନ ପିନ୍ଧି ପ୍ରତିଦିନ ଲୋକେ ଫାଇନ୍ ଗଣୁଛନ୍ତି । ଏଠି ପତି-ପତ୍ନୀ ଦୁହେଁ ବାଇକରେ ଯାଉଛନ୍ତି । ଭିଡିଓ ଦେଖିଲେ ଲାଗୁଛି ଦୁହେଁ ନୁଆ ନୁଆ ବାହା ହୋଇଛନ୍ତି । ବୁଲି ବାହାରିଛନ୍ତି । ହେଲେ ହେଲମେଟ୍ ପିନ୍ଧିବାକୁ ଭୁଲି ଯାଇଛନ୍ତି । ହେଲେ ଏଠି ପୋଲସି ବାବୁ ଜଣଙ୍କ ବ୍ୟକ୍ତିଙ୍କ ଠାରୁ ଫାଇନ୍ କାଟୁ ନାହାନ୍ତି ବରଂ ଖୁବ ସମ୍ମାନ ଓ ଇଜ୍ଜତର ସହ ତାଙ୍କୁ ହେଲମେଟ୍ ପିନ୍ଧାଉଛନ୍ତି । ବ୍ୟଙ୍ଗାତ୍ମକ ଢଙ୍ଗରେ ହେଲମେଟ୍ ପିନ୍ଧିବାର ଫାଇଦା ବତାଉଛନ୍ତି । ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ....ଥରେ ଶୁଣି ନିଅନ୍ତୁ ପୋଲିସ ବାବୁ କଣ କହୁଛନ୍ତି...
କିନ୍ତୁ ପୋଲିସ ବାବୁ ଜଣଙ୍କ ଖୁବ ସୁନ୍ଦର ଭାବରେ ହସି ହସି ମର୍ମ କଥାଟି କହୁଛନ୍ତି । ଏହି ମୁକୁଟକୁ ପିନ୍ଧୁନ୍ତୁ । ଏହାକୁ ପିନ୍ଧିବା ଦ୍ୱାରା ଦୁର୍ଘଟଣା ହେଲେ କ୍ଷତିଗ୍ରସ୍ତ ହେବାର ଆଶଙ୍କା କମ୍ ଥାଏ । ଆଉ ଯଦି ଏହାକୁ ଆପଣ ପିନ୍ଧିବେନି ତେବେ ଆପଣଙ୍କ ଠାରୁ 5 ଗୁଣା ଅଧିକ ଫାଇନ୍ କଟାଯିବ ।
ବ୍ୟକ୍ତି ଜଣଙ୍କ ମଧ୍ୟ ହସି ହସି ପୋଲିସ ବାବୁଙ୍କ ସବୁ କଥା ଶୁଣୁଛନ୍ତି । ଆଉ ଏବେ ଠୁ ସେ ଯେବେ ଜୁଆଡେ ଯିବେ ହେଲମେଟ୍ ପିନ୍ଧିବେ ବୋଲି କହୁଛନ୍ତି ।
ଏ ଭିଡିଓ କେଉଁଠିକାର ତ ଜଣା ନାହିଁ । କିନ୍ତୁ ଲାଗୁଛି ଏହା ଓଡିଶା ବାହାରର । ଆମ ରାଜ୍ୟରେ ହେଲମେଟ୍ ନ ପିନ୍ଧି କେତେ ଜଣ କେତେ ଥର ଫାଇନ୍ ଗଣିଥିବେ ତାହାର ହିସାବ ନାହିଁ । ଯଦି ଆମ ପୋଲିସ ଫାଇନ୍ କାଟିବା ବଦଳରେ ସେହି ଟଙ୍କାରେ ଏମିତି ହେଲେମେଟ୍ ଗୋଟେ ଗୋଟେ ଦିଅନ୍ତି ତେବେ ଦୁର୍ଘଟଣା ସଂଖ୍ୟା କମି ଯାଆନ୍ତା ନିଶ୍ଚୟ ।
ଭାରତ ଖବର ଆହୁରି ପଢ଼ନ୍ତୁ ।