ଆଇସକ୍ରିମ ଖାଇବାକୁ ମହିଳା ପୋଲିସମାନେ ଏଠି ଭିଡ ଜମାଇଛନ୍ତି । ଖାଦି ଦେଖି ଇଏ ବାବୁ ଡରିବେ କଣ ତାଙ୍କ କଳା ଦେଖାଇବାରେ ବ୍ୟସ୍ତ । ଆଉ ଏଥିରେ ଏହି ପୋଲିସ ମ୍ୟାଡମ୍ ଚିଡୁନାହାନ୍ତି ବରଂ ଖୁବ ଏଞ୍ଜୟ କରୁଛନ୍ତି । ଚିଡେଇ ଚିଡେଇ କେତେବେଳେ ତାଙ୍କ ମୁହଁ ପାଖରୁ ତ କେତେବେଳେ ହାତରେ ଦେଇ ଆଇସକ୍ରିମ୍ ନେଇଆସୁଛନ୍ତି ଆଇସକ୍ରିମବାଲା । ତାକୁ ଦେଖି ଉପସ୍ଥିତ ଥିବା ସମସ୍ତ ପୋଲିସ କର୍ମଚାରୀ ଖୁସି ହେଉଛନ୍ତି । ଶେଷରେ ଆଇସକ୍ରିମ୍ ମିଳୁଛି । ପୋଲିସ ବାବୁଆଣୀଙ୍କ ମୁହଁରେ ହସ ଫୁଟୁଛି ।
ପୋଲିସ ବାବୁଆଣୀଙ୍କ ମୁହଁରେ ହସ ଫୁଟିଲା

ଅର୍ଗସ ବ୍ୟୁରୋ: ଆଇସକ୍ରିମ ଖାଇବାର ଏଭଳି ଭିଡିଓ ଆପଣ ଅନେକ ଥର ଦେଖିଥିବେ । କେବେ ଛୋଟ ଛୁଆ ତ କେବେ କଲେଜ ପଢୁଆ ଝିଅ । ସମସ୍ତଙ୍କୁ ନିଜ ଆଇକ୍ରିମ୍ ଦେବା ଷ୍ଟାଇଲ୍ ରେ ଏହି ବ୍ୟକ୍ତି ଖୁବ ହଇରାଣ କରନ୍ତି । ଏବଂ ପରେ ଆଇସକ୍ରିମ୍ ଖାଇବାକୁ ଦିଅନ୍ତି । ଶେଷରେ ପୋଲିସ ବାବୁଆଣୀଙ୍କୁ ବି ଛାଡିଲେନି ଏହି ଆଇସକ୍ରିମ୍ ବାଲା ।
Download Argus News App
