ଜେନେଭା: କ୍ରମାନୁସାରରେ ଗୁରୁବାର ଦିନ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି । ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକା ଓଲ୍ଗା ଟୋକାର୍ଜକ୍ଙ୍କୁ ମନୋନୀତ କରାଯାଇଛି । ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ।ଙ୍କ ନାମ ଘୋଷଣା କରାଯାଇଛି ।
BREAKING NEWS: The Nobel Prize in Literature for 2018 is awarded to the Polish author Olga Tokarczuk. The Nobel Prize in Literature for 2019 is awarded to the Austrian author Peter Handke.#NobelPrize pic.twitter.com/CeKNz1oTSB
— The Nobel Prize (@NobelPrize) October 10, 2019
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। ଫଳରେ ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକେ ପଦ ଛାଡ଼ିବାକୁ ପଡ଼ିଥିଲା। ଏଭଳି ବିବାଦ ପରେ ୨୦୧୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ବନ୍ଦ କରାଯାଇଥିଲା। ସାହିତ୍ୟ ଦୁନିଆରେ ଶ୍ରେଷ୍ଠ ପୁରସ୍କାର ମନେ କରାଯାଉଥିବା ଏହି ପୁରସ୍କାର ୧୯୦୧ରୁ ଆଜିଯାଏ ୧୧୪ ଜଣଙ୍କୁ ମିଳିସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ମହିଳା ଥିଲେ ।
ଅର୍ଗସ ବ୍ୟୁରୋ : ବିବାହକୁ ନେଇ ସମସ୍ତେ ଏକ୍ସାଇଟେଡ ହୋଇଥାନ୍ତି। କି ଆମେ ଆମ ମ୍ୟାରେଜରେ ନିହାତି କିଛି ସ୍ପେଶାଲ କରିବୁ। ଆଜି ସେମିତି ଏକ ବିବାହ ବିଷୟରେ କହୁଛୁ ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯାହା ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ବିବାହ କରିଥିବା ଯୋଡିଙ୍କ ନାମ ହେଉଛି ମ୍ୟାଡେଲିନ୍ ବ୍ରକ୍ୱେ ଏବଂ ଯାଦବ ଲାଗ୍ରୋନ୍ । ଏମାନେ ଏତେ ଫେମସ ନୁହନ୍ତି କିନ୍ତୁ ଏହି ବିବାହ ପରେ ସେମାନେ ଏବେ ଚର୍ଚ୍ଚାରେ। ସେମାନେ ତାଙ୍କ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। କିନ୍ତୁ ଏହା ସତ।
ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା। ମ୍ୟାଡେଲିନ୍ ଏବଂ ଯାଦବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସରିବା ପରେ ଦୁହେଁ ଇଣ୍ଟରନେଟ୍ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।
୨୬ ବର୍ଷୀୟା କନ୍ୟା ମ୍ୟାଡେଲିନଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ସେ ପ୍ରଚୁର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ପ୍ୟାରିସ୍ରେ ତାଙ୍କର ପାଞ୍ଚ ଦିନ ଧରି ଧୁମଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିୟନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍ରେ ପ୍ରାଇଭେଟ୍ ଜେଟ୍, ପ୍ୟାରିସ୍ ଅପେରା ହାଉସ୍ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ବିବାହରେ । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ : ବିବାହ ଦିନକୁ ମଣିଷ ଜୀବନର ଏକ ବିଶେଷ ଦିନ ବୋଲି କୁହାଯାଏ। ଏହି ଦିନକୁ ସମସ୍ତେ ଚାହିଁଥାନ୍ତି ସ୍ବତନ୍ତ୍ର କରିବାପାଇଁ। ସେଥିପାଇଁ ସେ ଏହି ଦିନ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ଚାହାଁନ୍ତି କି ସମସ୍ତଙ୍କ ଆଖି ଯେପରି ସେମାନଙ୍କ ଉପରେ ରହୁ। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ସୁନ୍ଦର ପୋଷାକ, ମେକ୍ ଅପ୍ , ଅଳଙ୍କାର ଇତ୍ୟାଦିରେ ସଜେଇ ହୋଇଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ବର ୫୦୦ ଟଙ୍କିଆ ନୋଟର ଏକ ମାଳ ପିନ୍ଧିଛନ୍ତି।
ଅନେକ ସ୍ଥାନରେ ବିବାହ ସମୟରେ ବରର ବେକରେ ଟଙ୍କାର ମାଳ ପିନ୍ଧିବାର ପରମ୍ପରା ରହିଆସିଛି। କିନ୍ତୁ ଏହି ମାଳ ପ୍ରାୟତଃ ନକଲି ନୋଟରେ ତିଆରି ହୋଇଥାଏ। କିନ୍ତୁ ଯାହାପାଖେ ପ୍ରଚୁର ଟଙ୍କା ଥାଏ ସେ ଦଶ ହଜାର, କୋଡ଼ିଏ ହଜାର, କିମ୍ବା ପଚାଶ ହଜାର ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ମାଳ ପିନ୍ଧିଥାନ୍ତି। କିନ୍ତୁ ଏହି ଭିଡିଓରେ ଦେଖାଯାଇଛି ବର ଜଣକ ୨୦ ଲକ୍ଷ ଟଙ୍କାର ଏକ ମାଳ ପିନ୍ଧିଛନ୍ତି। ସେ ପାଖରେ ଥିବା କିଛି ସାଙ୍ଗ ଏବଂ ପିଲାମାନଙ୍କ ସହିତ ଟେରାସରେ ଠିଆ ହୋଇଛନ୍ତି। ସେ ଏତେ ଲମ୍ବାର ଟଙ୍କା ମାଳ ପିନ୍ଧିଛନ୍ତି ଯେ ସେହି ମାଳ ତଳେ ପଡିଲା ପରେ ବି ଶେଷ ହେଉନାହିଁ | ଲୋକମାନେ ଏହାକୁ ଦେଖି ବହୁତ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମରେ dilshadkhan_kureshipur ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ଏବଂ ଏହାକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଯେଉଁଠାରେ ସେହି ବର ଜଣକ ଠିଆ ହୋଇଛନ୍ତି ତାହା ହେଉଛି ଏକ ଭଙ୍ଗା ଘର। ସେଥିପାଇଁ ଜଣେ ଲୋକ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି ଯେ ଭାଇ, ତୁମେ ପ୍ରଥମେ ଏହି ଟଙ୍କାରେଏକ ଘର ନିର୍ମାଣ କରିବା ଉଚିତ୍। ଏବଂ ଆଉଜଣେ ଲେଖିଛନ୍ତି ଯେ ଏହି ଟଙ୍କାରେ ଘରର କାନ୍ଥ ପ୍ଲାଷ୍ଟର କରାଅ | ସେହିଭଳି ଅନେକ ଲୋକ ଏହାକୁ ନକଲି ବୋଲି ମଧ୍ୟ କହୁଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଆଜି ରାତି ସୁଦ୍ଧା ଉଦ୍ଧାର ହେବେ ଟନେଲରେ ଫସିଥିବା ସମସ୍ତ 41 ଶ୍ରମିକ। ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଉତ୍ତରକାଶୀ ଟନେଲ୍ ଭିତରୁ ଜୀବନ ଉଦ୍ଧାର ପାଇଁ ଜାରି ରହିଛି ମିଶନ ଜୀବନ। ଦିନରାତି ଚାଲିଛି ରେସ୍କ୍ୟୁ ଅପରେସନ। ଭର୍ଟିକାଲ ଡ୍ରିଲିଂ ସହ ଟନେଲ ଭିତରେ ଜାରି ରହିଛି ମାନୁଆଲ ଡ୍ରିଲିଂ। ତେବେ ଶ୍ରମିକ ମାନଙ୍କ ପାଖରେ 8ଶହ MMର ପାଇପ୍ ପହଞ୍ଚି ସାରିଥିବା ନେଇ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହାତରେ ମୋଟ୍ 52 ମିଟର ଖୋଳାଯାଇଛି। ତେବେ ଆଜି ରାତି ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଦେଶ ଖବର: