ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ଦିନ ଦିଲ୍ଳୀର ପ୍ରଦୂଷର ଉପରେ ଶୁଣାଣି କରିଛନ୍ତି । ଏନେଇ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ସେଠାରେ ଏୟାର ପ୍ୟୁରିଫାଇଙ୍ଗ ଟାଓ୍ୱାର ଲଗାଇବା ପାଇଁ । ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଏୟାର ପ୍ୟୁରିଫାଇଙ୍ଗ ଟାଓ୍ୱାର ଲଗାଇବା ପାଇଁ ଟେମପ୍ଲେଟ ପ୍ରସ୍ତୁତ କରାଯାଉ ବୋଲି କୋର୍ଟ କହିଛନ୍ତି । ନ୍ୟାୟାଳୟ ଦିଲ୍ଳୀ ସରକାରଙ୍କୁ ପଚାରିଛନ୍ତି ଯେ ଅଡ ଇଭେନ୍ ରୁଲ୍ରେ ବାୟୁ ପ୍ରଦୂଷଣର ଆସ୍ୱସ୍ତି ମିଳିଲା କି ନାହିଁ? ଅଦାଲତ ଆହୁରି ମଧ୍ୟ ପଚାରିଛନ୍ତି, ଦିଲ୍ଳୀ ସମ୍ପୂର୍ଣ୍ଣ ଭାବେ ବିଷାକ୍ତ ବାୟୁ କବଳରେ । ବାୟୁ ଗୁଣବତ୍ତା ସୂଚକାଙ୍କ ଆଜି ମଧ୍ୟ ପାଖାପାଖି 600 ରହିଛି । ଲୋକମାନେ ନିଶ୍ୱାସ କିପରି ନେଉଛନ୍ତି ବୋଲି ସୁପ୍ରିମକେର୍ଟ ଦିଲ୍ଳୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
Supreme Court asks Centre to prepare a road map for installation of air purifying towers across Delhi to deal with pollution crisis. pic.twitter.com/5soHZI5POI
— ANI (@ANI) November 15, 2019
ସରକାର ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ କହିଛନ୍ତି ଅଡ ଇଭେନ୍ ରୁଲ୍ ପାଇଁ ପ୍ରଦୂଷଣ 5-15 ପ୍ରତିଶତ କମିଛି । ଏହାର ଫଳାଫଳ ଆହୁରି ଭଲ ହୋଇପାରିବ ଯଦି ଏହି ଯୋଜନାରେ କୌଣସି ଛାଡ଼୍ ନ ମିଳନ୍ତା । ଏହାଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଅଡ ଇଭେନ୍ ଯୋଜନା ସମାଧାନ କରିପାରବ ନାହିଁ ।
