
ଅଯୋଧ୍ୟା : ରାମ ଜନ୍ମଭୂମି ମାମଲାରେ ନୂଆ ଟ୍ଵିଷ୍ଟ। ଏହି ମାମଲାରେ ସୁପ୍ରିମକୋର୍ଟରେ ପହଁଚିଲା ଇସଲାମି ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ। କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି ପିଏଫଆଇ। ପିଏଫଆଇ ଏହି ଯାଚିକାରେ କହିଛି କି, ମୁଖ୍ୟ ମାମଲାରେ ତାହାର ପକ୍ଷକାର ନଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ତାଙ୍କର ହିତ ପ୍ରଭାବିତ ହୋଇଛି।
ରାମ ଜନ୍ମଭୂମି ମାମଲରେ ଏହା ଦ୍ଵିତୀୟ କ୍ୟୁରେଟିଭ୍ ପିଟିସନ୍। ଏହା ପୂର୍ବରୁ ଉତ୍ତର ପ୍ରଦେଶର ପିସ୍ ପାର୍ଟି ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା।
ଅପର ପକ୍ଷରେ ଆସନ୍ତା ମାର୍ଚ୍ଚ ୭ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ପରିବାର ସମେତ ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ କରିବେ। ଠାକରେ ପ୍ରଥମେ ଭଗବାନଙ୍କ ଦର୍ଶନ କରିବେ ଏହାପରେ ସରଯୁ ନଦୀ ବନ୍ଦନା କରିବେ। ଏହା ପୂର୍ବରୁ ଠାକରେ ଲୋକସଭା ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ଜିତିବା ପରେ ଅଯୋଧ୍ୟା ଆସିଥିଲେ।
