ଅଧିକ ପଢନ୍ତୁ : ଲୋକପ୍ରିୟତାରେ ସବୁଠାରୁ ଆଗରେ ମୋଦି: ସର୍ଭେ
ଲୋକସଭା ନିର୍ବାଚନକୁ ନେଇ ଏକ ଟେଲିଭିଜନ ଚାନେଲ ଓ ଅନ୍ୟ ସଂସ୍ଥାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ରାଜ୍ୟର 403 ବିଧାନସଭା ଆସନର ମୋଟ 80 ହଜାର 6 ଶହ ଲୋକଙ୍କୁ ପ୍ରଶ୍ନ ପଚାରା ଯାଇଥଥିଲା । ଏହି ସର୍ଭେର ଫଳାଫଳ ଅନୁସାରେ ରାଜ୍ୟର 80ଟି ଲୋକସଭା ଆସନରୁ ବିଜେପିକୁ 67ରୁ 73 ଆସନ ମିଳିବାକୁ ଯାଉଛି । ସେହିପରି ସମାଜବାଦୀ ପାର୍ଟିର ମେଂଟକୁ 3ରୁ 6 ଆସନ ଓ ବିଏସପିକୁ 0ରୁ 4 ଆସନ ମିଳିବାର ସମ୍ଭାବନା ଥିବା ବେଳେ କଂଗ୍ରେସକୁ ଗୋଟିଏରୁ ଦୁଇଟି ଆସନ ମିଳିବା ନେଇ ପୂର୍ବାନୁମାନ କରାଯାଇଛି ।
ଯଦି ଭୋଟ ପ୍ରତିଶତ କଥା କୁହାଯିବ ତେବେ ଏଥିରେ ମଧ୍ୟ ଭାରତୀୟ ଜନତା ପାର୍ଟି ଖୁବ ଆଗୁଆ ରହିଛି । ବିଜେପି ମେଂଟକୁ 63 ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଥିବା ବେଳେ ସମାଜବାଦୀ ପାର୍ଟୀ ମେଂଟକୁ 19 ପ୍ରତିଶତ ଓ ବହୁଜନ ସମାଜ ପାର୍ଟିକୁ 11 ପ୍ରତିଶତ ତଥା କଂଗ୍ରେସକୁ କେବଳ 4 ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଛି । ଅନ୍ୟ ମାନଙ୍କୁ 3 ପ୍ରତିଶତ ଭୋଟ ମିଳି ପାରେ ବୋଲି କୁହାଯାଇଛି । ପଶ୍ଚିମ ଉତ୍ତର ପ୍ରଦେଶର 27ଟି ଲୋକସଭା ଆସନରୁ ବିଜେପି ମେଂଟକୁ 18ରୁ 23 ଆସନ ମିଳିବାର ସମ୍ଭାବନା ଥିବା ବେଳେ ସମାଜବାଦୀ ପାର୍ଟି ମେଂଟକୁ 2ରୁ 5 ଆସନ ମିଳି ପାରେ ବୋଲି ଅନୁମାନ କରାଯାଉଛି । କଂଗ୍ରେସର ଏହି ଅଂଚଳରେ ଖାତା ଖୋଲିବାର ସମ୍ଭାବନା ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି ।
ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଏବେ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । ଏହି ସର୍ଭେରେ 52 ପ୍ରତିଶତ ଲୋକ କହିଛନ୍ତି ଯେ ମୋଦୀ ଅତ୍ୟନ୍ତ ଭଲ କାମ କରୁଛନ୍ତି । 32 ପ୍ରତିଶତ ଲୋକ କହିଛନ୍ତି ଯେ ମୋଦୀଙ୍କ କାମ ସନ୍ତୋଷଜନକ । ସେହିପରି ମାତ୍ର 16 ପ୍ରତିଶତ ଲୋକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାମ ଅତ୍ୟନ୍ତ ଖରାପ ।