ବଦ୍ରୀନାଥ ହେଉଛି ଭାରତୀୟ ୪ ଧାମ ପରମ୍ପରାର ପ୍ରଥମ ଧାମ। ଏହାକୁ ସତ୍ୟ ଯୁଗର ଧାମ ବୋଲି କୁହାଯାଏ। ଅଳକାନନ୍ଦା ନଦୀ କୂଳରେ ଥିବା ନର-ନାରାୟଣ ପର୍ବତ ମଧ୍ୟମର୍ତ୍ତି ସ୍ଥାନରେ ଏହି ମନ୍ଦିର ରହିଛି। ଯାହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏହା ସମୁଦ୍ର ପତ୍ତନଠାରୁ ୩୦୫୦ ମିଟର ଉଚ୍ଚରେ ଅବସ୍ଥିତ।
ଏହି ମନ୍ଦିରରେ ପୂଜିତ ବିଗ୍ରହଙ୍କୁ ମାତ୍ର ୬ ମାସ ଦର୍ଶନ କରିପାରିବେ। ଅନ୍ୟ ୬ ମାସ ଏହି ମନ୍ଦିର ବନ୍ଦ ରୁହେ। ପ୍ରବଳ ଶୀତରେ ଏଠାରେ ହିମପାତ ହେଉଥିବାରୁ ମନ୍ଦିରକୁ ବନ୍ଦ ରଖାଯାଏ। କିନ୍ତୁ ଏହି ସମୟରେ ମନ୍ଦିର ପରିସରରେ ଗୋଟିଏ ଦୀପ ଅହରହ ଜଳୁଥାଏ। ଏହି ସମୟରେ ଏଠାରେ ପୂଜିତ ବିଗ୍ରହଙ୍କ ଚଳନ୍ତି ପ୍ରତିମାଙ୍କୁ ଯୋଶିମଠରେ ସ୍ଥାପିତ କରି ପୂଜା କରାଯାଏ।
ପବିତ୍ର ଅକ୍ଷୟ ତୃତୀୟାରେ ପ୍ରଥମେ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥର ଦ୍ବାର ଖୋଲାଯିବା ପରେ ସବା ଶେଷରେ ବଦ୍ରୀନାଥଙ୍କ ଦ୍ବାର ଫିଟିଥାଏ।