ମାଓପ୍ରବଣ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨,୪୨୬ କୋଟି ବ୍ୟୟରେ ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟର ୨,୩୪୩ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରିବା ପାଇଁ ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ ଟ୍ଵିଟ କରି କହିଛନ୍ତି ଯେ, ଏହି ନିଷ୍ପତି ଦ୍ୱାରା ବନ୍ଧକବିହୀନ ଋଣର ମୋଟ ପରିମାଣ ୮୧ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏହି ପଦକ୍ଷେପ ଦ୍ୱାରା ଉଠା ଦୋକାନୀମାନେ ନିଜର ବ୍ୟବସାୟକୁ ବଢ଼ାଇବା ସଙ୍ଗେସଙ୍ଗେ ନିଜେ ଆତ୍ମନିର୍ଭର ହେବାର ସୁଯୋଗ ପାଇପାରିବେ ।
କ୍ଷୁଦ୍ର ବ୍ୟବସାୟୀଙ୍କୁ ଚାପ ମୁକ୍ତ କରିବା, ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା, ଉଠା ଦୋକାନୀଙ୍କ ସାମାଜିକ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରିବା ସହ ୧.୨ କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ମାର୍ଚ୍ଚ ୨୦୨୨ରୁ ଡ଼ିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।
ଏହି ନିର୍ଣ୍ଣୟ ଦ୍ୱାରା ଭାରତୀୟ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ୍ ପୋଷ୍ଟ ବିଭାଗର ବ୍ୟାପକ ନେଟଓ୍ୱାର୍କର ଲାଭ ପାଇବା ସହ ଜନସାଧାରଣଙ୍କ ପାଖରେ ଉତ୍ତମ ବ୍ୟାଙ୍କ୍ ସେବା ପହଞ୍ଚାଇ ପାରିବ । ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ଉପଲବ୍ଧିକୁ ବ୍ୟାପକ ଭାବେ ବୃଦ୍ଧି କରିବ ।
କ୍ୟାସଲେସ୍ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ସାଧାରଣ ନାଗରିକଙ୍କ ପାଇଁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ, ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କିଙ୍ଗ୍ ପାଇଁ ୨୦୨୦-୨୧ ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ୮୨୦କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ଵିଟ କରିଛନ୍ତି।