ରୀନୁ ଡାକୁଆଙ୍କ ସାହାସିକତାକୁ ନେଇ ସବୁଠି ଚର୍ଚ୍ଚା
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପାଇଁ ଏନଏମଏର ପ୍ରସ୍ତାବିତ ଉପନିୟମ ପ୍ରତ୍ୟାହାର ନିମନ୍ତେ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ସହ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ , ପଟେଲ, ପ୍ରତାପ ଷଡଙ୍ଗୀ, ସମ୍ବିତ ପାତ୍ର, ରାଜ୍ୟ ବଜେପିର ବରିଷ୍ଠ ନେତା ଲଳିତେନ୍ଦୁ ମହାପାତ୍ର, ଜୟନ୍ତ ଷଡଙ୍ଗୀ ପ୍ରମୁଖ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ପ୍ରଧାନମନ୍ତ୍ରୀ ଜୀ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ସର୍ବଦା ସମ୍ମାନ ଦେଇ ଆସୁଛନ୍ତି । ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁ ଏବଂ ଓଡ଼ିଆ ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ତତକ୍ଷଣାତ୍ ପ୍ରସ୍ତାବିତ ଐତିହ୍ୟ ଉପନିୟମ ପ୍ରତ୍ୟାହାର କରିଥିବାରୁ ପୁନର୍ବାର ଧନ୍ୟବାଦ।