ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ । ଶନିବାର ଅପରାହ୍ଣରେ ଜାମ୍ମୁରେ ପହଁଚିବା ପରେ କେନ୍ଦ୍ରମନ୍ତ୍ରୀ ମାଆ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାସହିତ ଆଇଆଇଟି ଜାମ୍ମୁ ଠାରେ ଶିକ୍ଷାନୁଷ୍ଠାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଶିକ୍ଷା ବିଭାଗ ସହ ଜଡ଼ିତ ବିଭିନ୍ନ ବିଷୟରେ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି।
ଆସନ୍ତାକାଲି ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଆଇଟି ଜାମ୍ମୁର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ପରେ ଅନ୍ୟ ଏକ ଇ-ଉଦଘାଟନୀ କାର୍ଯ୍ୟରେ ସାମିଲ ହେବେ । ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନ ଠାରେ ସାକ୍ଷାତ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।