ଅଧିକ ପଢନ୍ତୁ : ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଶୁକ୍ରରେ ପହଞ୍ଚିବ ଭାରତ
ତେବେ ଯେଉଁ ଲକ୍ଷ୍ୟ ନେଇ ଚନ୍ଦ୍ରଯାନ-୨କୁ ଚନ୍ଦ୍ରର ଦକ୍ଷିଣ ମେରୁକୁ ପଠାଯାଇଥିଲା ତାହା ସଫଳ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ଏବେ ଯଦି ପ୍ରଜ୍ଞାନ ଆଉ ଆକ୍ଟିଭ ନ ହୁଏ ତେବେ ମଧ୍ୟ କୌଣସି ଅସୁବିଧା ନାହିଁ । କାହିଁକି ନା ଚନ୍ଦ୍ର ପୃଷ୍ଠର ଅନେକ ତଥ୍ୟ ଉପରୁ ସଫଳତାର ସହ ପରଦା ହଟାଇଛି ଭାରତର ଚନ୍ଦ୍ର ମିଶନ । ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବା ସହ ଲାଣ୍ଡିଂର ସ୍ଥାନକୁ ଶିବଶକ୍ତି ପଏଣ୍ଟ ରଖିଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।