ଏକ ସର୍ବଦଳୀୟ ବୈଠକ ପରେ ଯୋଶୀ ସାମ୍ବାଦିକମାନଙ୍କ ସହ ଆଲୋଚନାରେ ଏହି ସୂଚନା ଦେଇଛନ୍ତି। ଯୋଶୀ କହିଛନ୍ତି ଯେ ଦେଶରେ ଟିକାକରଣ ପାଇଂ ଆରମ୍ଭ ହୋଇଥିବା ମହାନ ଅଭିଯାନ ପାଇଁ ପ୍ରାୟ ସମସ୍ତ ଦଳ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଯୋଶୀ କହିଛନ୍ତି ଯେ, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବର୍ତ୍ତମାନର ବିଶ୍ୱର ପରିସ୍ଥିତିରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ, ଏହାଦ୍ୱାରା ଦେଶର ବିକାଶ ହେବ ଏବଂ ଗରିବ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ଏହା ସରକାରଙ୍କୁ ସଫଳତା ମିଳିବାର ପ୍ରଶ୍ନ ନୁହେଁ, ଦେଶ ସଫଳତା ପାଇବ ବୋଲି ସେ କହିଛନ୍ତି। ଏଥିରେ ସହଯୋଗ କରିବାକୁ ସମସ୍ତ ଦଳକୁ ଆହ୍ଵାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଏହା ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି।