ଝାଙ୍କ ବଲିଉଡ ସମ୍ପର୍କିତ ଏହି କଡା ମନ୍ତବ୍ୟ ପରେ ଏବେ ସବୁଠି ଟୁପୁରଟାପର। ସେ କହିଛନ୍ତି ଯେ – ବଲିଉଡ ଷ୍ଟାର ମାନେ ଆଜି କାଲି ଗୁଟଖା ବିକ୍ରୀ କରୁଛନ୍ତି । ଏହା ପରେ ଯେତେବେଳେ ସେମାନଙ୍କୁ କିଛି ସମୟ ମିଳୁଛି ସେତେବେଳେ ସେମାନେ କୌଣସି ରିମିକ୍ସ ବା କୌଣସି ବାଜେ ଫିଲ୍ମ ତିଆରି କରୁଛନ୍ତି ।
୫, ଛଅଟି ଫିଲ୍ମ ଫ୍ଲପ ହେବା ପରେ ମଧ୍ୟ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ । ଏହାର ଉତ୍ତର ଦାୟିତ୍ୱ ଫିଲ୍ମ ପ୍ରଯୋଜକ, କଣ୍ଟେଣ୍ଟ ରାଇଟର ଏ ପ୍ଲାଟଫର୍ମ ଯେଉଁ ମିଡୟମରେ ଲୋକମାନେ ଫିଲ୍ମ ଦେଖନ୍ତି ତାଙ୍କ ଉପରେ ରହିଛି ।
ଜାତୀୟ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ପ୍ରକାଶ ଝା କହିଛନ୍ତି ଯେ ବଲିଉଡର ଲୋକମାନଙ୍କୁ ଲାଗେ ଯେ ବଡ ତାରକାମାନଙ୍କୁ ନେଇ ସେମାନେ କୌଣସି ଫିଲ୍ମକୁ ମଧ୍ୟ ହିଟ କରାଇ ଦେଇ ପାରିବେ । କିନ୍ତୁ ଦର୍ଶକମାନେ ଭଲ କାହାଣୀ, ନିଜ ମଧ୍ୟର କାହାଣୀକୁ ସବୁବେଳେ ଦେଖିବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନ ଯେପରି ହେଉଛି ବାସ୍ତବରେ ତାହା ହେଉଛି ଦୟନୀୟ ସ୍ଥିତି । ସେମାନଙ୍କୁ ନିଜ ମଧ୍ୟରେ ଆତ୍ମମନ୍ଥନ କରିବାର ଆବଶ୍ୟକତା ରହିଛି । ନ ହେଲେ ଯେଉଁ ସାଧାରଣ ଦର୍ଶକ ମାନେ ସେମାନଙ୍କୁ ଷ୍ଟାର କରିଛନ୍ତି, ସେମାନେ ହିଁ ତାଙ୍କୁ ବୁଡାଇ ଦେବେ ବୋଲି ସେ କହିଛନ୍ତି ।
ଭଲ କାହାଣୀ ଲେଖା ଯିବା ମାମଲାରେ ବଲିଉଡ ଦକ୍ଷିଣ ଭାରତୀୟ ଫିଲ୍ମଠାରୁ ଢେର ପଛରେ ରହିଛି । ଏହାର କାରଣ ଦର୍ଶାଇ ସେ କହିଛନ୍ତି ଯେ ବଲିଉଡରେ ଭଲ ସ୍କ୍ରିପ୍ଟ ରାଇଟର, ନିର୍ଦେଶକଙ୍କୁ କେହି ପଚାରନ୍ତି ନାହିଁ । ଦକ୍ଷିଣ ଭାରତର ଇଣ୍ଡଷ୍ଟ୍ରି ଲଗାତାର ଏକ୍ସପେରିମେଂଟ କରୁଛି । ସେମାନେ ଏଭଳି କାହାଣୀ ନେଇ ସିନେମା କରୁଛନ୍ତି ଯାହା ଦର୍ଶକମାନଙ୍କୁ ଆକର୍ଷିତ କରୁଛି । ଦକ୍ଷିଣ ଭାରତ ବ୍ୟତୀତ ପଂଜାବୀ, ବଂଗାଳୀ ଭଳି ଭାଷାରେ ଫିଲ୍ମରେ ମଧ୍ୟ ଭଲ କାମ ହେଉଛି । ହେଲେ ବଲିଉଡରେ ଏପରି ହେଉ ନାହିଁ।
ବଲିଉଡରେ ନେପୋଟିଜମ ଚାଲିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ବଲିଉଡରେ ନେପୋଟିଜମ ଥାଇ ପାରେ । ସେ ଏହି ମାମଲାରେ ରିସର୍ଚ କରି ନାହାନ୍ତି । ସେ କହିଛନ୍ତି ଯେ ତାଙ୍କ ପରିବାରରୁ କେହି ଇଣ୍ଡଷ୍ଟ୍ରିରେ ନାହାନ୍ତି ତଥାପି ସେ ଏଠାରେ କାମ କରୁଛନ୍ତି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।