ବିଶିଷ୍ଟ ଓଡିଆ ନିର୍ମାତା ତଥା ନିର୍ଦ୍ଦେଶକ ସ୍ୱର୍ଗତ ଅମିୟ ପଟ୍ଟନାୟକଙ୍କ ପୁଅ ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ର "ପ୍ରତୀକ୍ଷା" ସାରଳା ପୁରସ୍କାର ବିଜେତା ଗୌରହରି ଦାସ ଦ୍ୱାରା ଲିଖିତ ଏକ କ୍ଷୁଦ୍ର ଗଳ୍ପ ଦ୍ୱାରା ଅନୁପ୍ରାଣିତ ହୋଇଛି। ଅମିୟ ପଟ୍ଟନାୟକ ବ୍ୟାନରରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବାର ଦେଖିବାକୁ ପାଇବେ ଦିପନ୍ୱିତ୍ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରିଲା ତ୍ରିପାଠୀ, ରୁପମ୍ବିକା ନାୟକ, ସୁଶିଲ ମିଶ୍ର, ଅବକାଶ ମିଶ୍ର, ଏବଂ ବିଶେଷ ଭୂମିକାରେ ଦେଖିବାକୁ ପାଇବେ ସିଦ୍ଧାର୍ଥ ମହାପାତ୍ରଙ୍କୁ।
ଏହି ଚଳଚ୍ଚିତ୍ର ସରକାରୀ ଚାକିରିର ସମସ୍ୟାକୁ ସତ୍ୟତାର ସହିତ ବର୍ଣ୍ଣନା କରାଯାଇଛି ବଡ଼ ପରଦା ଉପରେ । କାହାଣୀକୁ ସଂକ୍ଷେପରେ କହିବାକୁ ଗଲେ କାହାଣୀର ମୁଖ୍ୟ ଭୂମିକାରେ ଥିବା ସଞ୍ଜୟ ଯିଏ କି ସରକାରୀ ଚାକିରି ପାଇଁ ବହୁତ୍ ସଂଘର୍ଷ କରୁଛି। ଆଉ ଏଇ ସଂଘର୍ଷ ଭିତରେ ଆସେ ତା ପରିବାରକୁ ଆଉ ଗୋଟେ ଏମିତିକା ଝଡ଼ ଯାହା ପାଇଁ କେହି ପ୍ରସ୍ତୁତ ନଥାନ୍ତି। ହେଲେ ସଞ୍ଜୟ କିପରି ଏଇ ସମସ୍ୟାର ପାହାଡ଼କୁ ଅତିକ୍ରମ କରୁଛି, ସେଇଟା ହିଁ "ପ୍ରତୀକ୍ଷା" ର ସାରାଂଶ।
ପ୍ରତୀକ୍ଷା ହେଉଛି ଏକ ଏମିତିକା ଚଳଚ୍ଚିତ୍ର ଯାହାକୁ ଉତ୍ସାହୀ ଏବଂ ଆଶାପ୍ରଦ କଳାକାରଙ୍କୁ ନେଇ ନିର୍ମିତ, କଳାକାର ମାନଙ୍କ ଉତ୍ସାହ ନିହାତି ଭାବେ ଏଇ ଚଳଚ୍ଚିତ୍ରରେ ପ୍ରଜ୍ୟୋଳିତ ହେବ। ଯୁବ ସଙ୍ଗୀତକାର ଯୋଡ଼ି ଅଙ୍କେଶ ଆନନ୍ଦ ଏବଂ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରତୀକ୍ଷାର ଚିତ୍ରନାଟ୍ୟ ଏବଂ ସଂଳାପ ରୋଶନ ବିଶୋଇ ଲେଖିଛନ୍ତି। ଚିତ୍ରଉତ୍ତଳୋନର ଭାର ଦୀପକ କୁମାର ସମ୍ଭାଳିଛନ୍ତି। ଯୁବ ସଙ୍ଗୀତଜ୍ଞ ବିଭାଶ ରଥ ଗୋଟିଏ ଗୀତ ରଚନା କରିଛନ୍ତି।
ଅନୁପମ ପଟ୍ଟନାୟକଙ୍କ କହିବାର ଅନୁସାରେ "ପ୍ରତୀକ୍ଷା" ଗୋଟେ ଅନ୍ଧାର କୋଠରୀ ରେ ଗୋଟେ ଦୀପ ସଦୃଶ ଭାବେ କାମ କରିବା ଓଡ଼ିଆ ସିନେମା ଜଗତ ପାଇଁ। ଆଉ ସେଇ ଚଳଚ୍ଚିତ୍ରର ଆଲୋକ ଅନ୍ୟ ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ପ୍ରୋତ୍ସାହନ ଦେବ ସେଇ ଆଲୋକକୁ ଆହୁରି ବିସ୍ତାର କରିବା ପାଇଁ।