ଯେଉଁ ମାନେ ପଚାରିଥିଲେ ଏହା କେବେ ଓଡିଶା ବାହାରେ ଥିବା ଓଡ଼ିଆ ସିନେପ୍ରେମୀ ଦେଖିବେ ତାହାର ଅନ୍ତ ଘଟିଛି । ତେଣୁ ଆପଣ ମାନେ ଏହି ସିନେମାକୁ ନିକଟସ୍ଥ ପ୍ରେକ୍ଷାଳୟରେ ଯାଇ ଦେଖିପାରିବେ । ଓଡ଼ିଶାରେ ଡିସେମ୍ବର ୨ ରେ ଚଳଚ୍ଚିତ୍ରଟି ରିଲିଜ ହୋଇଥିବା ବେଳେ ପ୍ରତିଟି ସୋ ହାଉସଫୁଲ ରହିଛି । କାରଣ ଦମନ ପରେ ପ୍ରତୀକ୍ଷା ଭଳି ସିନେମାର କାହାଣୀ ପୁଣି ଥରେ ଓଡ଼ିଆ ଦର୍ଶକଙ୍କୁ ହଲ ମୁହାଁ କରିଛି । ଆଉ ଓଡ଼ିଆ ସିନେମା ଶିଳ୍ପର ସ୍ୱର୍ଣ୍ଣିମ ଇତିହାସକୁ ଆଉ ଥରେ ଦାହରେଇଛି । ତେଣୁ ଭଲ କାହାଣୀ ସହ ନିଛକ ଅଭିନୟ ଦେଖିପାରିଲେ ପୁଣି ଓଦା ଦର୍ଶକ ନିଜ ଭାଷାର ଚଳଚିତ୍ରକୁ ଭଲ ପାଇବା ଦେବେ ବୋଲି ହୃଦୟଙ୍ଗମ କରିଛନ୍ତି ପ୍ରଯୋଜକ । ଯାହା ପୁଣି ଥରେ ଓଡ଼ିଆ ସିନେମାକୁ ରୋଜଗାର ଦେବ ।
ପୁନେ, ବାଙ୍ଗାଲୋର ଓ ମୁମ୍ବାଇରେ ହେଲା ରିଲିଜ

ଅର୍ଗସ ବ୍ୟୁରୋ : ଭାରତର ୩ ସହରରେ ରିଲିଜ ହେଲା ଓଡ଼ିଆ ଚଳଚିତ୍ର ପ୍ରତୀକ୍ଷା । ଓଡ଼ିଆ ସିନେମା ପ୍ରତୀକ୍ଷାକୁ ଓଡ଼ିଶାରେ ଭଲ ପାଇବା ମିଳିଥିବା ବେଳେ ଏବେ ଏହା ଓଡିଶା ବାହାରେ ରିଲିଜ ହୋଇଛି । ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ସିନେମାଟି ସମସ୍ତ ବର୍ଗର ଦର୍ଶକ ଙ୍କ ମନକୁ ଛୁଇଁଥିବା ବେଳେ ଓଡିଶା ବାହାରେ ଥିବା ସିନେ ପ୍ରେମୀ ଏହାକୁ ଆଜିଠାରୁ ଅର୍ଥାତ ଫିଲ୍ମ ଫ୍ରୀଏଡ଼ ରେ ଦେଖିପାରିବେ । ଏଥିପାଇଁ ପୁନେ, ବାଙ୍ଗାଲୋର ଓ ମୁମ୍ବାଇରେ ଚଳଚିତ୍ରଟି ଆଜି ରିଲିଜ ହୋଇଛି । ଏନେଇ ଚଳଚିତ୍ରର ମୁଖ୍ୟ ନାୟକ ଦୀପନବିତ ଦାସ ମହାପାତ୍ର ନିଜର ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆପଣମାନଙ୍କ ଭଲ ପାଇବା ପାଇଁ ଏବେ ଓଡିଶା ସମେତ ଭାରତର ୩ ସହରରେ ରିଲିଜ ହେଉଛି ।
Download Argus News App
