ନୂଆଦିଲ୍ଲୀ: 2023 ପାଇଁ ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଚଳିତ ବର୍ଷ 106ଜଣ ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। 6ଜଣଙ୍କୁ ପଦ୍ମବିଭୁଷଣ, 9ଜଣଙ୍କୁ ପଦ୍ମଭୁଷଣ ଏବଂ 91ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ମୋଟ 19ଜଣ ମହିଳା ଥିବା ବେଳେ 9ଜଣଙ୍କୁ ରାଷ୍ଟ୍ରପତି ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ORS ଥେରାପି ଜନକ ଦିଲୀପ ମହାଲାନାବିସ୍ଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ମରଣୋତ୍ତର ଭାବେ ଦିଲୀପ ମହାଲାନାବିସ୍ଙ୍କୁ ପଦ୍ମବିଭୂଷଣ ମିଳିବ। ମେଡିସିନ୍ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମବିଭୂଷଣ ସମ୍ମାନରେ ସେ ସମ୍ମାନିତ ହେବେ। ସେହିପରି ମେଡିସିନ୍ କ୍ଷେତ୍ରରେ ଅବଦାନ ପାଇଁ ଆଣ୍ଡାମାନର ଅବସରପ୍ରାପ୍ତ ସରକାରୀ ଡାକ୍ତର ରତନ ଚନ୍ଦ୍ର କରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।
ଅନ୍ୟପଟେ ଜନସେବା ପାଇଁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ, ଏବଂ ଗୁଜରାଟର ବିଶିଷ୍ଟ ଆର୍କିଟେକଚର ବାଳକୃଷ୍ଣ ଯୋଶୀଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୁଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ରାନୀ ମଚାହ, ଅଜୟ କୁମାର ମାଣ୍ଡଭୀ, ଧନୀରାମ ଟୋଟୋ, ବି. ରାମକ୍ରିଷ୍ଣା ରେଡ୍ଡୀ, ଗୁଲାମ୍ ମହମ୍ମଦ ଜାଜ୍, ପର୍ଶୁରାମ କୋମାଜି ଖୁନେ, ମଙ୍ଗଳକାନ୍ତି ରଏ, ରାଇଜିଂବୋର୍ କୁର୍କାଲାଙ୍ଗ, କେସି ରନରେମ୍ସାଙ୍ଗି, ଡୋମାର ସିଂହ କୁନଭର, ମୁନିଭେଙ୍କେଟାପ୍ପା, ମୋଆ ସୁବଙ୍ଗଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।
ଭାରତ ଖବର ଆହୁରି ପଢନ୍ତୁ