ଏହାସହ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ । ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ଏବେ ଭାରତରେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି । ବିକାଶରେ ଚାଲୁଥିବା ମୋ ସରକାରକୁ 9 ବର୍ଷ ପୁରିବାକୁ ଯାଉଛି । ଏବେ ଭାରତ ପ୍ରତି ପୁରା ବିଶ୍ୱର ନଜିର ରହିଛି । ଆଜି ପରମ୍ପରା ସହ ଆଧୁନିକତାକୁ ନେଇ ଚାଲୁଥିବା ସରକାର ଅଛି । ସର୍ଜିକାଲ ଷ୍ଟ୍ରାଇକ ସହ ଆତଙ୍କୀକୁ କଠୋର ପ୍ରହାର ହୋଇଛି । ଏଥିପାଇଁ ଆଜାଦୀର ଏକ ଅମୃତକାଳ ଖଣ୍ଡ ମହତ୍ତ୍ୱପୂର୍ଣ୍ଣ ହୋଇଛି । ସ୍ଥିର ସରକାର ଯୋଗୁଁ ମହାମାରୀର ମୁକାବିଲା କରିପାରିଛୁ । ସରକାରୀ କାର୍ଯ୍ୟରେ ଭଷ୍ଟ୍ରାଚାର ବନ୍ଦ ପାଇଁ ନିଆଯାଇଛି ପଦକ୍ଷେପ । LOC ରୁ LAC ପର୍ଯ୍ୟନ୍ତ କଡା ଜବାବ ଦିଆଯାଉଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ ଅଧିବେଶନକୁ ଉଦଘାଟନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈନିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଆସନ୍ତାକାଲି ଗୃହରେ 2023-24 ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯିବ । ଆସନ୍ତକାଲି ଗୃହରେ 2023-24 ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 6ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୋଟ 27ଟି କାର୍ଯ୍ୟଦିବସ ରହିଛି।
ରାଜନୀତି ଖବର ଆହୁରି ପଢନ୍ତୁ ।