ଅର୍ଗସ ବ୍ୟୁରୋ: ଆଜି ଜାତୀୟ ମହିଳା ଆୟୋଗର 31 ତମ ପ୍ରତିଷ୍ଠା ଦିବସ। 2ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ମାନଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷ ମହିଳା ଆୟୋଗର ପ୍ରତିଷ୍ଠା ଦିବସ ଥିମ ରହିଛି `ସଶକ୍ତ ନାରୀ, ସଶକ୍ତ ଭାରତ'। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟର୍ତ୍ତ ମହିଳା କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରି ନାରୀ ସମାଜ ପାଇଁ କାମ କରୁଥିବା ମହିଳା ମାନଙ୍କୁ ନେଇ ମଧ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ।
ଏହି ଆଲୋଚନା ମାଧ୍ୟମରେ ମହିଳା ଆୟୋଗଙ୍କ ପକ୍ଷରୁ ମହିଳା ମାନେ ସମ୍ମୁଖୀନ କରୁଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବ। 1992 ମସିହାରେ ଜାତୀୟ ମହିଳା ଆୟୋଗ ପ୍ରତିଷ୍ଠା କରାଯାଇଥିଲା। ମହିଳାମାନଙ୍କ ପାଇଁ ସାମ୍ବିଧାନିକ ଏବଂ ଆଇନଗତ ସୁରକ୍ଷାକୁ ସମୀକ୍ଷା କରିବା, ପ୍ରତିକାର ବ୍ୟବସ୍ଥାକୁ ସୁଧାରିବା, ସମାଧାନ ପାଇଁ କିମ୍ବା ଅଭିଯୋଗ ଉପରେ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଏହାର ପ୍ରତିଷ୍ଠା କରାଯାଇଥିଲା।
ଭାରତ ଖବର ଆହୁରି ପଢ଼ନ୍ତୁ ।