ରୋଗୀ ମୃତ୍ୟୁ ନେଇ କଟକର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା
ନାଗରିକତା ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି, ଆଇନ୍ରେ ପରିଣତ ହେଲା ସିଏବି
ନୂଆଦିଲ୍ଲୀ : ନାଗରିକତା ବିଲ୍କୁ ମଞ୍ଜୁରି ପ୍ରଦାନ କଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହି ବିଲ୍ ଆଇନ୍ରେ ପରିଣତ ହୋଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିବା ବେଳେ ବୁଧବାରଦିନ ରାଜ୍ୟସଭାରେ ଗୃହୀତ ହୋଇଥିଲା।
ଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଦୀର୍ଘ ବର୍ଷ ଧରି ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ ସଂପ୍ରଦାୟର ଶରଣାର୍ଥୀଙ୍କୁ ଭାରତର ନାଗରିକତା ଅଧିକାର ମିଳିବ। ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ନାଗରିକତା ସଂଶୋଧିତ ବିଲ୍କୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗତକାଲିଠାରୁ ତିବ୍ର ରୂପ ନେଇଛି ।
Download Argus News App
