ଯେଉଁଠାରେ ଉଭୟ ଗୃହର ସାଂସଦ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। ଏହି ଅବସରରେ ଦେଶର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ସେ ଦେଶକୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜ କାର୍ଯ୍ୟକାଳ ଭିତରେ ଯାହା ବି ନିଷ୍ପତ୍ତି ନେଇଛନ୍ତି ସେ ପଛରେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମର୍ଥନ ଥିବା କହିଛନ୍ତି। ଏବଂ, ନିଜ ଭିତରେ ସମସ୍ତ ମତଭେଦ ଭୁଲି ମିଳିମଶି ଦେଶ ପାଇଁ କାମ କରିବାକୁ ସେ ସମସ୍ତ ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଜି ପୂରୁଛି ଦେଶର ଚତୂର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ

ଅର୍ଗସ ବ୍ୟୁରୋ: ଆଜି ପୁରୁଛି ଦେଶର ଚତୂର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ଆସନ୍ତା କାଲି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଆଜି କାର୍ଯ୍ୟକାଳର ଶେଷ ଦିନରେ ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସଂଧ୍ୟା 7ଟା ସମୟରେ ବିଦାୟୀ ରାଷ୍ଟ୍ରପତି ଦେଶବାସୀଙ୍କୁ ବିଦାୟୀ ସମ୍ବୋଧନ ଦେବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି। ଏହା ପୂର୍ବରୁ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସଂସଦ ଭବନରରେ ବିଦାୟୀ ସମ୍ଭର୍ଦ୍ଧନା ଦିଆଯାଇଛି।
Download Argus News App
