
ଅର୍ଗସ ବ୍ୟୁରୋ: ବଲିଉଡର ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ଶୁକ୍ରବାର ସମ୍ମାନିତ କରାଯିବ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ପ୍ରକାଶ କରିଛନ୍ତି। ତାଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ପୁରସ୍କାର। ୧୯୯୨ ମସିହାରେ ବରିଷ୍ଠ ଅଭିନେତ୍ରୀ ଆଶାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ସେ ୯୫ରୁ ଅଧିକ ଫିଲ୍ମ କରିଛନ୍ତି। କମିଟି ସଦସ୍ୟ ଆଶା ପାରେଖଙ୍କ ନାଁ ଫିଲ୍ମ ବୋର୍ଡର ବରିଷ୍ଠ ସଦସ୍ୟ ମାନେ ଚୟନ କରିଛନ୍ତି। ବଲିଉଡ ଜଗତରେ ଆଶାଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବାପାଇଁ ମନୋନୀତ କରାଯାଇଛି। ୭୯ବର୍ଷୀୟା ଆଶା ବଲିଉଡ୍ ଜଗତରେ ଶିଶୁ କଳାକାର ଭାବେ ପ୍ରଥମେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୦ ବର୍ଷ ବୟସରେ ୧୯୫୨ ମସିହାରେ ମା’ ଫିଲ୍ମରେ ଅଭିନୟ କରିଥିଲେ।
