18 ଜୁଲାଇରେ ନିର୍ବାଚନ ପୂର୍ବରୁ ଦ୍ରୌପଦୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀଙ୍କ ସମର୍ଥନ ଘୋଷଣା ପରେ ଦ୍ରୌପଦୀଙ୍କ ପାଇଁ ରାଇସିନା ରେସ୍ ବେଶ ସହଜ ହୋଇଯାଇଛି । ରାଷ୍ଟ୍ରପତି ପାଇଁ ମୋଟ୍ ଭୋଟ୍ ମୂଲ୍ୟ 10 ଲକ୍ଷ 86 ହଜାର 431 । ଏନଡିଏ ପାଖରେ ରହିଛି 5 ଲକ୍ଷ 25 ହଜାର ବା 48.9% ଭୋଟ୍ ।
ବିଜେଡି ପାଖରେ ରହିଥିବା ଭୋଟର ମୂଲ୍ୟ 31,686 ବା 2.85% । ଜଗନଙ୍କ ପାଖରେ ଥିବା ଭୋଟର ମୂଲ୍ୟ 45 ହଜାର 550 ବା 4% । ତେଣୁ ଜଗନ ଓ ନବୀନଙ୍କ ସମର୍ଥନ ପରେ ଦ୍ରୌପଦୀଙ୍କ ଭୋଟ୍ ପ୍ରତିଶତ ପହଞ୍ଚିଯାଉଛି 55.75%ରେ । ବିଜୟ ପାଇଁ ଭୋଟ୍ ମୂଲ୍ୟ 5 ଲକ୍ଷ 43 ହଜାର 216 ଥିବାବେଳେ ବିଜେଡି ଓ YSRCPର ସହଯୋଗ ପରେ ତାଙ୍କୁ ମିଳିବ 6 ଲକ୍ଷ 2 ହଜାର 942 ଭୋଟ୍ ।