ଗତ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ସପ୍ଲାଇ ଚେନ ଭାଙ୍ଗି ଯାଇଥିଲା। ଫଳରେ ସାରା ବିଶ୍ୱରେ ଖାଇବା ତେଲ ଦର ୩୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା। କାରଣ ୟୁକ୍ରେନ ଓ ଋଷିଆରୁ ସର୍ବାଧିକ ପରିମାଣର ସୂର୍ଯ୍ୟମୁଖୀ ତେଲ ରପ୍ତାନୀ ହୋଇଥାଏ। ଏହାସହ ଭାରତ ୟୁକ୍ରେନରୁ ସର୍ବାଧିକ ପରିମାଣର ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥଏ। ଏହା ବନ୍ଦ ହୋଇଯିବା ଫଳରେ ଭାରତରେ ଖାଇବା ତେଲର ଅଭାବ ସହ ଦରବୃଦ୍ଧି ହୋଇଥିଲା।
ସୂଚନାନୁସାରେ, ଜୁନ୧ରେ ବାଦାମ ତେଲ ଦର ଲିଟର ପିଛା ୧୮୬.୪୩ ଟଙ୍କା ଥିବାବେଳେ ଜୁନ ୨୧ରେ ଏହା ୧୮୮.୧୪ ଟଙ୍କା ହୋଇଛି। ସୋରିଷ ତେଲ ଦର ଲିଟର ପିଛା ୧୮୩.୬୮ରୁ ୧୮୦.୮୫ଟଙ୍କାକୁ ହ୍ରାସ ପାଇଛି। ଯାହା ଗ୍ରାହକଙ୍କୁ ଝଟକା ଲାଗିଥିଲା।