ଦ୍ବିତୀୟ ବନ୍ଦେଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ବର, ଅନୁଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ । ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ । ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ ଏହି ଟ୍ରେନ ।
ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ 7 ଘଣ୍ଟା 45 ମିନିଟରେ 505 କିଲୋମିଟର ଦୂରତା ଅତିକ୍ରମ କରିବ । ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ 5 ଟାରେ ଯାତ୍ରା ଆରମ୍ଭ କରିବ ଏବଂ ସେହି ଦିନ 12ଟା 45ରେ ରାଉରକେଲାରେ ପହଞ୍ଚିବ । ସେହିଦିନ ୨ଟା ୧୦ରେ ରାଉରକେଲା ଛାଡିବ ଏବଂ ରାତି ୯ ଟା 40 ମିନିଟରେ ପୁରୀରେ ପହଞ୍ଚିବ।
ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ । ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ରହିଛି ।
#WATCH | Prime Minister Narendra Modi virtually flags off nine Vande Bharat Express trains, to help improve connectivity across 11 states namely Rajasthan, Tamil Nadu, Telangana, Andhra Pradesh, Karnataka, Bihar, West Bengal, Kerala, Odisha, Jharkhand and Gujarat. pic.twitter.com/3R3XpUhEVQ — ANI (@ANI) September 24, 2023