ଅଧିକ ପଢନ୍ତୁ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ପହଞ୍ଚିଛନ୍ତି ମୋଦି
ଗସ୍ତ ସମୟରେ ବ୍ରୁନେଇ ଓ ସିଙ୍ଗାପୁର ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦି ଆଲୋଚନା କରିବେ । ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ସହ ବାଣିଜ୍ୟ କ୍ଷେତ୍ରରେ ହେବ ବିସ୍ତୃତ ଆଲୋଚନା ।
ଅର୍ଗସ ବ୍ୟୁରୋ : ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ବ୍ରୁନେଇର ଦାରୁସାଲାମ୍ ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସିଙ୍ଗାପୁର ଗସ୍ତ କରିବେ ପିଏମ୍ ମୋଦି ।
ଅଧିକ ପଢନ୍ତୁ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ପହଞ୍ଚିଛନ୍ତି ମୋଦି
ଗସ୍ତ ସମୟରେ ବ୍ରୁନେଇ ଓ ସିଙ୍ଗାପୁର ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦି ଆଲୋଚନା କରିବେ । ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ସହ ବାଣିଜ୍ୟ କ୍ଷେତ୍ରରେ ହେବ ବିସ୍ତୃତ ଆଲୋଚନା ।
ନୂଆଦିଲ୍ଲୀ: ଆକାଶରେ `ତରଙ୍ଗ ଶକ୍ତି'। ଭାରତୀୟ ବାୟୁସେନା ପକ୍ଷରୁ ରାଜସ୍ଥାନ ଯୋଧପୁରରେ `ତରଙ୍ଗ ଶକ୍ତି' ପ୍ରଦର୍ଶିତ ହୋଇଛି । ବାୟୁସେନାର ଲଢୁଆ ବିମାନ, ହେଲିକପ୍ଟର ଗୁଡ଼ିକ ଆକାଶରେ ନିଜର କଳା କୌଶଳ ପ୍ରଦର୍ଶନ କରିଛନ୍ତି । ଯୋଧପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯୋଧପୁରଠାରେ ଆୟୋଜିତ ସର୍ବବୃହତ୍ ଆନ୍ତର୍ଜାତିକ ଯୁଦ୍ଧାଭ୍ୟାସ ‘ତରଙ୍ଗ ଶକ୍ତି-୨୪’ରେ ହେଲିକପ୍ଟର ପ୍ରଚଣ୍ଡ, ସାରଙ୍ଗ, ସୂର୍ଯ୍ୟକିରଣ ଏବଂ ଯୁଦ୍ଧବିମାନ ତେଜସ୍ର ପ୍ରଦର୍ଶନ ନିରୀକ୍ଷଣ କରିଛନ୍ତି।
ରାଜନାଥ ସିଂହ କହିଛନ୍ତି ଏହି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ଦେଶର ସୈନ୍ୟ କ୍ଷମତାର ପ୍ରଦର୍ଶନ କରିବା ଏବଂ ବନ୍ଧୁ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ସୁଦୃଢ଼ କରିବା । ସେ କହିଛନ୍ତି ଏହି ପ୍ରଦର୍ଶନୀ ମାଧ୍ୟମରେ ଭାରତର ମିତ୍ରଦେଶ ଗୁଡ଼ିକ ମଧ୍ୟରେ ଆପୋଷ ସହଯୋଗ ଓ ବିଶ୍ବାସ ବୃଦ୍ଧି ପାଇବ । ଏହି `ତରଙ୍ଗ ଶକ୍ତି' କାର୍ଯ୍ୟକ୍ରମ ଅଗଷ୍ଟ 30ରୁ ଆରମ୍ଭ ହୋଇ ସେପ୍ଟେମ୍ବର 14 ଯାଏ ଚାଲିବ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: କର୍ଣ୍ଣାଟକାର ମାଣ୍ଡୟାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ଗଣେଶ ପେଣ୍ଡାଲ ଉପରକୁ ପଥର ମାଡ଼ ପରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। ସିଏମ ସିଦ୍ଧରମେୟା ଘଟଣାକୁ ସାଧାରଣ କହିବା ପରେ ବର୍ଷିଲା ବିଜେପି। କହିଲା କଂଗ୍ରେସ ଶାସିତ ରାଜ୍ୟରେ ହିନ୍ଦୁ ଭଗବାନ ଓ ହିନ୍ଦୁଙ୍କୁ କରାଯାଉଛି ଅପମାନ। ଏପରି ଘଟଣା କର୍ଣ୍ଣାଟକାର ମାଣ୍ଡୟାରେ ଘଟିଛି। ଉଭୟ ପକ୍ଷଙ୍କ ପଥର ମାଡ଼ରେ ଜଣେ ପୁଲିସ୍ କର୍ମୀ ଆହତ ହୋଇଛନ୍ତି।
ବୁଧବାର ରାତିରେ ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମୈସୁର ରୋଡରେ ପ୍ରୋସେସନ ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସଂଘର୍ଷ ବେଳେ ଖଣ୍ଡା ବୁଲିଥିଲା। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପୁଲିସ୍ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି।
ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ସରକାର ଘଟଣା ଉପରେ ନଜର ରଖିଛନ୍ତି। ଏଯାଏଁ ୫୦ ଜଣଙ୍କୁ ଗିରଫ କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବ। ତେବେ ବିଜେପି ସିଦ୍ଧରମେୟା ସରକାରଙ୍କୁ କଡ଼ା ସମାଲାଚନା କରିଛି। ବିଜେପି ନେତ୍ରୀ କହିଚନ୍ତି କଂଗ୍ରେସ ହିନ୍ଦୁ ବିରୋଧୀ। ରାଜ୍ୟରେ ଭଗବାନ ଗଣେଶ ଓ ହିନ୍ଦୁଙ୍କୁ ଅପମାନିତ କରଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ସଧାରଣ ଘଟଣା କହିବା ନିନ୍ଦନୀୟ।
ଅଧିକ ପଢନ୍ତୁ ଭାରତ ଖବର