ଜ୍ୟୋତିର୍ମୟୀ ମହାନ୍ତି ଜଗତସିୁଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ଗ୍ରାମର ବାସିନ୍ଦା । ସେ ବର୍ତ୍ତମାନ ପରମାଣୁ ଗବେଷଣା କେନ୍ଦ୍ରରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୧୧ ମସିହାରୁ ପ୍ରତିବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବୈଜ୍ଞାନିକ ମାନଙ୍କୁ ଏହି ପୁରସ୍କାର ଦିଆଯାଇଥାଏ । ଚଳିତ ଥର ୧୨ ଜଣଙ୍କୁ ଏହି ପୁରସ୍କାର ଦେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ବେଳେ ଦୀର୍ଘ ୧୨ ବର୍ଷ ପରେ ଦେଶର ଜଣେ ମହିଳାଙ୍କୁ ଏହି ସମ୍ମାନ ମିଳିଛି ।
ଅଧିକ ପଢନ୍ତୁ: ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ
ଏହାସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଦେଶରେ ଅଙ୍ଗଦାନ ନେଇ ସଚେତନତା ବଢିଛି । ଅଙ୍ଗଦାତାଙ୍କ ସଂଖ୍ୟା ବଢିଛି । ଜଣକ ଅଙ୍ଗଦାନ ଆଉ ଜଣକ ଜୀବନ ରକ୍ଷା କରିପାରେ । ନିଜର ଅଙ୍ଗଦାନ କରୁଥିବା ବ୍ୟକ୍ତି ଇଶ୍ୱରଙ୍କ ସ୍ୱରୂପ । ଅଙ୍ଗଦାନ ମାନବତା ପାଇଁ ଅମରଗାଥା । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଅଙ୍ଗଦାନ କରୁଥିବା ବ୍ୟକ୍ତି ଇଶ୍ୱରଙ୍କ ସ୍ୱରୂପ ।
ଦେଶରେ ମହିଳା ଦେଶକୁ ଉର୍ଜା ଯୋଗାଉଛନ୍ତି । ପ୍ରତିଟି କ୍ଷେତ୍ରରେ ନାରୀଙ୍କ ମହନୀୟତା ପ୍ରକାଶିତ ହୋଇପାରିଛି । ଦେଶର ମହିଳା ଲୋକ ପାଇଲଟକୁ ନେଇ ଆଲୋଚନା କରିଥିଲେ । ନୂଆ ସଂକଳ୍ପ ନେଇ ଆଗକୁ ବଢୁଛୁ ।
ଭାରତ ଖବର ଆହୁରି ପଢନ୍ତୁ
ସୋଲାର ଉର୍ଜା କ୍ଷେତ୍ରରେ ଦେଶ ବହୁତ ବିକାଶ କରିଛି । ସୋଲାର ପ୍ରୋଜେକ୍ଟ ଯୋଗୁଁ ପରିବେଶ ସୁରକ୍ଷିତ ରହୁଛି । ଆମେ ନୂଆ ସଂକଳ୍ପ ନେଇ ଆଗକୁ ବଢିଚାଲିଛୁ ବୋଲି କହିଛନ୍ତି ପିଏମ । ଏହାସହ ଆଗାମୀ 100ତମ ମନ୍ କି ବାତ୍ ପାଇଁ ଦେଶବାସୀଙ୍କ ମତାମତ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ।