ଅଧିକ ପଢନ୍ତୁ : ବିଶ୍ବ ସ୍ବୀକାର କଲା ଭାରତର ଗଣତନ୍ତ୍ରର ଶକ୍ତି
ଉଭୟ ପ୍ରଧାନମନ୍ତ୍ରୀ ସେଠାରେ ହାତ ହଲାଉଇ ଲୋକ ମାନଙ୍କର ଅଭିବାଦନ ସ୍ୱୀକାର କରିଥିଲେ । ସେଠାରେ ମୋଦି ମୋଦି ସ୍ଲୋଗାନରେ ତାଙ୍କର ସ୍ୱାଗତ କରାଯାଇଥିଲା । ପଣ୍ଡିତ ମାନେ ବୈଦିକ ମନ୍ତ୍ରୋଚ୍ଚାରଣ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଥି୍ଲେ । ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଅଲବାନିଜ ଆହୁରି କହିଥିଲେ ଯେ ଆଜି ସିଡନୀରେ ଯେଉଁ ଭଳି ସ୍ୱାଗତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳୁଛି ସେହି ପରି ସ୍ୱାଗତ ବ୍ରୁସ ସ୍ପ୍ରିଂଗଷ୍ଟିନଙ୍କୁ ମଧ୍ୟ ମିଳି ନ ଥିଲା । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୋସ୍ ବୋଲି କହିଥିଲେ ।
ସେ ନିଜର ଭାରତ ଗସ୍ତର ସ୍ମୃତିଚାରଣ କରି କହିଥିଲେ ଯେ ସେ ଭାରତ ଗସ୍ତରେ ଗୁଜରାତରେ ହୋଲି ଖେଳିଥିଲି ଓ ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ମାଲ୍ୟାର୍ପଣ କରିଥିଲେ । ସେ ଆହୁରି କହିଥିଲେ ଯେ ଯଦି ଭାରତକୁ ବୁଝିବାର ଅଛି ତେବେ ଆପଣଙ୍କୁ ଭାରତରେ ଟ୍ରେନ କିମ୍ବା ବସରେ ଯାତ୍ରା କରିବା ଉଚିତ । ନିଜର ସମ୍ବୋଧନରେ ସେ ଭାରତୀୟ ମାନଙ୍କୁ ଖୁବ ପ୍ରଶଂସା କରିଥିଲେ ।