ରିପୋର୍ଟ ଅନୁଯାୟୀ, ଚଳିତବର୍ଷର ଜି-୨୦ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାଇପାରନ୍ତି। ଏହି ମାମଲା ଉପରେ ନଜର ରଖିଥିବା ଅଧିକାରୀ କହିଛନ୍ତି ଯେ, ଭାରତ ଚଳିତ ଥର ଜି-୨୦ର ନେତୃତ୍ବ ନେଉଛି। ସେପ୍ଟେମ୍ବରରେ ଏହି ଶିଖର ସମ୍ମିଳନୀ ହେବାକୁ ଯାଉଛି। ଏଥିରେ ବାଇଡେନଙ୍କ ସମେତ ବିଶ୍ବର ବଡ଼ ନେତା ସାମିଲ ହେବେ। ତେଣୁ ଜୁନ ଜୁଲାଇରେ ମୋଦି ଆମେରିକା ଗସ୍ତରେ ଯାଇପାରନ୍ତି। ଏହି ସମୟରେ ସେ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବାଧନ କରିବେ। ଏହାସହିତ ହ୍ବାଇଟ ହାଉସରେ ରାତ୍ରିଭୋଜନରେ ସାମିଲ ହେବେ।
ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି
Download Argus News App
