ହିମାଚଳ ପ୍ରଦେଶର ଶିମଲାରେ ଆୟୋଜିତ ହେବାକୁ ଥିବା "ଗରିବ କଲ୍ୟାଣ ସମ୍ମିଳନୀ" କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମରେ କିଷାନ ନିଧି ଯୋଜନାର ୧୧ ତମ ଇନଷ୍ଟାଲମେଣ୍ଟ ଭାବେ ୨୧ ହଜାର କୋଟି ଟଙ୍କା ରିଲିଜ୍ କରିବେ ମୋଦି ।
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ଦେଶର ସବୁଠୁ ବଡ ଏକକ କାର୍ଯ୍ୟକ୍ରମ ହେବ, ଯେଉଁଥିରେ ସମସ୍ତ ଜିଲ୍ଲାରେ ଦେଶବ୍ୟାପୀ ଆଲୋଚନା ହେବ । କାର୍ଯ୍ୟକ୍ରମ ମଧ୍ୟ MyGov ମାଧ୍ୟମରେ ୱେବକାଷ୍ଟ ହେବ, ଯେଉଁଥିରେ ଲୋକମାନେ ପଞ୍ଜୀକୃତ ହୋଇପାରିବେ । ଏହାକୁ ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ମଧ୍ୟ ପ୍ରସାରଣ କରାଯିବ ।