ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ଭାରତର ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ଉପରେ ଦୃଢ ବିଶ୍ଵାସ ରହିଛି। ଆମେ ସର୍ବଦା ଆତଙ୍କବାଦ, ଅବୈଧ ଅସ୍ତ୍ର ତସ୍କରି, ଡ୍ରଗ୍ସ ଏବଂ ମନି ଲଣ୍ଡ୍ରିଂର ବିରୋଧରେ ସ୍ଵର ଉତ୍ତୋଳନ କରିଛୁ। ଭାରତ ଏସସିଓ ଚାର୍ଟରେ ନିର୍ଦ୍ଧାରିତ ସିଦ୍ଧାନ୍ତ ଅନୁସାରେ କାମ କରିବାକୁ ସର୍ବଦା ପ୍ରତିବଦ୍ଧ।
ଏଭଳି ଅଦ୍ଭୁତପୂର୍ଣ୍ଣ ମହାମାରୀ ମଧ୍ୟରେ ଅତ୍ୟନ୍ତ କଠିନ ସମୟରେ ଭାରତର ଫାର୍ମା ଉଦ୍ୟୋଗ 150ରୁ ଅଧିକ ଦେଶକୁ ଅାବଶ୍ୟକୀୟ ଔଷଧ ପଠାଇଛି। ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ ଉତ୍ପାଦନକାରୀ ଦେଶ ରୂପରେ ଭାରତ ନିଜର ଉତ୍ପାଦନ ଏବଂ ବିତରଣ କ୍ଷମତାର ଉପଯୋଗ ଏହି ସଙ୍କଟପୂର୍ଣ୍ଣ ଘଡିରେ ସମଗ୍ର ମାନବାଜାତିକୁ ସାହାଯ୍ୟ ପାଇଁ କରିବ। ମୋଦି ପୁଣି କହିଛନ୍ତି ଯେ, ମିଳିତ ଜାତିସଙ୍ଘ 75 ବର୍ଷ ପୂରଣ କରିଛି। କିନ୍ତୁ ବହୁ ସଫଳତା ପାଇବା ପରେ ମଧ୍ୟ ଏହାର ମୂଳ ଲକ୍ଷ୍ୟ ଅଧୁରା।