ଅଧିକ ପଢନ୍ତୁ :ଆଜି ପବିତ୍ର ରାମ ନବମୀ
ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ଶ୍ରୀରାମ । ଶ୍ରୀରାମଙ୍କ ଜନ୍ମଦିନ ପାଳନ ନେଇ ଉତ୍ସବମୁଖର ହୋଇଉଠିଛି ସାରା ଦେଶ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହା ମିଳନର ଦିନ । ମନ୍ଦିରରେ ଶ୍ରୀରାମଙ୍କ ପୂଜାପାଠ ସହ ହେଉଛି ହୋମ ଯଜ୍ଞ । ବିଭିନ୍ନ ରାମ ମନ୍ଦିରରେ ସ୍ବତନ୍ତ୍ର ରୀତିନିତିରେ ପୂଜା ଚାଲିଥିବା ବେଳେ ଭକ୍ତଙ୍କର ପ୍ରବଳ ଭିଡ ଜମୁଛି । ଶ୍ରଦ୍ଧାଳୁ ଆବେଗ ସହ ଭଗବାନ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ରାମ ଜନ୍ମୋତ୍ସବ ପାଳନ କରଯାଉଛି । ରାମ ଜନ୍ମୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।