ବୈଠକରେ ମୁଖ୍ୟ ଫୋକସ ରହିବ ବିଶ୍ଵରେ ମାହାମାରୀ କୋରୋନା ମୁକାବିଲା ଦିଗରେ ଆପୋଷ ସହଯୋଗର । ଭାରତରେ ସେକେଣ୍ଡ ଓ୍ୱେଭ୍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଇୟୁ ସଦସ୍ୟ ରାଷ୍ଟ୍ରମାନଙ୍କ ସହ କରିବେ ଆଲୋଚନା । ଖାସକରି ଭାରତ-ଇୟୁ ଅର୍ଥନୈତିକ ଭାଗିଦାରୀ ତଥା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗକୁ ମଜବୁତ କରିବା ଦିଗରେ ଆସନ୍ତାକାଲିରେ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି ।